ଗିଜର ସଜାଡୁଥିବା ସମୟରେ ବିଦ୍ୟୁତ ଆଘାତରେ ମିସ୍ତ୍ରୀ ମୃତ

ବାଲେଶ୍ବର : ଗିଜର ମେସିନ୍ ସଜାଡିବା ବେଳେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି ।  ସହଦେବଖୁଣ୍ଟା ଥାନା ଅରଡ ବଜାର ୩୧ ନଂ ଓ୍ବାର୍ଡରେ ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏକ ଖରାପ ଗିଜରକୁ ସଜାଡିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ସଜାଡୁଥିବା ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ସମ୍ପୃକ୍ତ ମିସ୍ତ୍ରୀଜଣକ ଗିଜର ମେସିନକୁ ଖୋଲି ସଜାଡୁଥିବା ସମୟରେ ହଠାତ ଅନ୍ୟମନସ୍କ ହୋଇ ସୁଇଚ୍ ଅନ୍ କରିଦେଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ହଠାତ୍ ବିଦ୍ୟୁତ ପ୍ରବାହିତ ହେବାରୁ ମିସ୍ତ୍ରୀଜଣକ ଘଟଣାସ୍ଥଳରେ ପଡିଯାଇଥିଲେ । ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.