www.samajalive.in
Monday, December 8, 2025
24.1 C
Bhubaneswar

ମାଟ୍ରିକ ପରୀକ୍ଷାଫଳ ପ୍ରକାଶ, ପାସହାର ୯୭.୮୯%

ଭୁବନେଶ୍ବର: କଟକ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମ୍ୟାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। କଟକ ବିଏସ୍‌ଇ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଦାଶ ଚଳିତ ବର୍ଷର ମ୍ୟାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଏ ବର୍ଷ ପ୍ରଥମଥର ବିନା ପରୀକ୍ଷାରେ ପ୍ରକାଶ ପାଇଛି ପରୀକ୍ଷାଫଳ। ମାଟ୍ରିକରେ ଏଥର ପାସହାର ୯୭.୮୯% ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି। ବୋର୍ଡ ୱେବ୍‌ସାଇଟରୁ ଛାତ୍ରଛାତ୍ରୀମାନେ ପରୀକ୍ଷାଫଳ ଜାଣିପାରିବେ। ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିବେ ସେମାନେ ଜୁଲାଇ ମାସରେ ଫର୍ମପୂରଣ କରି ଏହି ପରୀକ୍ଷା ଅଫଲାଇନରେ ଦେଇପାରିବେ। ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୫ରୁ ଫର୍ମପୂରଣ ଆରମ୍ଭ ହେବ ଏବଂ ଏହି ପରୀକ୍ଷା ଅଗଷ୍ଟ ଶେଷ ସୁଦ୍ଧା ଶେଷ ହେବ । ଏହାପରେ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ବିଏସଇ ପକ୍ଷରୁ ସୂଚନା ଦିଆଯାଇଛି।


ଚଳିତ ବର୍ଷ ୫,୭୪, ୧୨୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫, ୬୨, ୦୧୦ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ୪୪୧୨ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଅଛନ୍ତି। ୨୨୫୬ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲଗୁଡ଼ିକ ପକ୍ଷରୁ ପରୀକ୍ଷାଫଳ ପ୍ରକାଶ ପାଇଁ ନମ୍ବର ଦିଆଯାଇନାହିଁ। ତେବେ ୭୭୦୩ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷର ମ୍ୟାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ଫେଲ ହୋଇଛନ୍ତି।
ଆଜି ପ୍ରକାଶ ପାଇଥିବା ଚଳିତ ବର୍ଷର ମ୍ୟାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ଅନୁଯାୟୀ ଏ୧-୨୬୫୬, ଏ୨-୨୨୧୩୧, ବି୧-୫୨୨୫୧, ବି୨-୯୪୪୭୫ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥର କୌଣସି ବିଦ୍ୟାଳୟର ଶୂନ ପରୀକ୍ଷାଫଳ ହୋଇନାହିଁ। ୫୯୪୫ ବିଦ୍ୟାଳୟରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏକ୍ସରେଗୁଲାରରେ ୫୩, ୨୭୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪୭, ୦୬୦ଜଣ ପାସ କରିଛନ୍ତି ଏବଂ ଏକ୍ସରେଗୁଲାରରେ ପାସହାର ୮୮.୩୦ ପ୍ରତିଶତ ହୋଇଛି ବୋଲି ବିଏସଇ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ଛାତ୍ରଛାତ୍ରୀମାନେ ସନ୍ଧ୍ୟା ୬ଟା ଠାରୁ  www.bseodisha.ac.in ଏବଂ www.bseodisha.nic.in ୱେବ୍‌ସାଇଟ୍‌ରୁ ସେମାନଙ୍କ ମାର୍କ ଜାଣିପାରିଛନ୍ତି। ସେହିପରି  SMS ଜରିଆରେ ଛାତ୍ରଛାତ୍ରୀ ମୋବାଇଲ୍‌ରେ OR01 ଲେଖି ସ୍ପେଶ୍ ଦେବା ପରେ ରୋଲ ନମ୍ବର ଲେଖି ୫୬୭୬୭୫୦କୁ ପଠାଇଥିଲେ ଏବଂ ସେମାନଙ୍କ ପରୀକ୍ଷାଫଳ ଜାଣିପାରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories