www.samajalive.in
Sunday, December 7, 2025
16.1 C
Bhubaneswar

ମାଟ୍ରିକ ପରୀକ୍ଷା ; ନକଲ କରି ଧରାପଡ଼ିଲେ ୬୦ ପରୀକ୍ଷାର୍ଥୀ

କଟକ : ମାଟ୍ରିକ ପରୀକ୍ଷାର ଶୁକ୍ରବାର ପ୍ରଥମ ଦିନର ପ୍ରଥମ ସିଟିଂରେ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ମୋଟ ୬୦ ଜଣ ପରୀକ୍ଷାର୍ଥୀ ସ୍କ୍ୱାଡ୍‍ ହାତରେ ଧରାପଡ଼ି ମାଲପ୍ରାକ୍ଟିସ୍‍ ହୋଇଛନ୍ତି। ସେହିପରି ୨ୟ ସିଟିଂରେ ଅନୁଷ୍ଠିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୧୫ ଜଣ ଓ ମଧ୍ୟମା ପରୀକ୍ଷାରେ ୩ ଜଣ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍‍ ହୋଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆ​‌େ​‌ୟାଜିତ ମାଟ୍ରିକ ବୋର୍ଡ ପରୀକ୍ଷାରେ ଚଳିତ ବର୍ଷ ମୋଟ ୫,୮୭, ୭୨୦ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ସେଥିମଧ୍ୟରେ ହାଇସ୍କୁଲ ସାଟିଫିକେଟ ୫,୭୨,୬୯୯ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ଏସ୍‌ଓଏସ୍‌ସି ୧୨,୦୧୨ ଓ ମଧ୍ୟମା ୩,୦୦୯ଜଣ ପରୀକ୍ଷାର୍ଥୀ ରହିଛନ୍ତି। ହାଇସ୍କୁଲ ପିଲାଙ୍କ ପାଇଁ ୨୮୩୦ଟି ପରୀକ୍ଷା କେନ୍ଦ୍ର
କରାଯାଇଥିବାବେଳେ ଏସଓଏସସି ପିଲାଙ୍କ ପାଇଁ ୭୯ଟି ଏବଂ ମଧ୍ୟମା ପିଲାଙ୍କ ପାଇଁ ୪୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିପରି ଅନୁଗୁଳରେ କେବଳ ତିନିଜଣ ମାଟ୍ରିକ ପରୀକ୍ଷାର୍ଥୀ ଓ ୨ଜଣ ଏସଓଏସସି ପିଲାଙ୍କ ପାଇଁ ଗୋଟିଏ ଉପପରୀକ୍ଷା ଉପକେନ୍ଦ୍ର କରାଯାଇଛି। ରାଜ୍ୟର ଚଳିତବର୍ଷ ୩୦୪ଟି ନୋଡାଲ୍‌ ସେଣ୍ଟର କରାଯାଇଥିବାବେଳେ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାଖାତା ଦେଖାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ପିଲାମାନେ ଭଲ ପାଠ ପଢ଼ନ୍ତୁ। ଆତ୍ମବିଶ୍ୱାସର ସହ ପରୀକ୍ଷା ଦିଅନ୍ତୁ। ପରୀକ୍ଷା ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଡ. ବେଗମ୍‍ କହିଛନ୍ତି। ବୋର୍ଡ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଭାପତିଙ୍କ ସମେତ ବୋର୍ଡ ସମ୍ପାଦକ ରାମାଶିଷ ହାଜରା, ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories