www.samajalive.in
Thursday, December 11, 2025
16.1 C
Bhubaneswar

ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି ‘ମାଷ୍ଟର’: କରୋନା କାଳରେ ପ୍ରଥମ ଦିନରେ ରେକର୍ଡ଼ ଆୟ କରି ଚର୍ଚ୍ଚାରେ

ମୁମ୍ବଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟଙ୍କ ଅଭିନୀତ ଆକ୍ସନ-ଥ୍ରୀଲର ଚଳଚ୍ଚିତ୍ର ‘ମାଷ୍ଟର’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। କରୋନା କଟକଣା କୋହଳ ହୋଇ ସିନେମା ହଲ୍‍ ଖୋଲିବା ପରେ ଏହା ହେଉଛି ପ୍ରଥମ ଫିଲ୍ମ, ଯାହା ପ୍ରେକ୍ଷାଳୟରେ ପ୍ରଥମ ଦିନରେ ରେକର୍ଡ଼ ଆୟ କରିଛି। ପ୍ରଥମ ଦିନରେ ଭାରତ ଏବଂ ବିଦେଶ ପ୍ରେକ୍ଷାଳୟରେ ‘ମାଷ୍ଟର’ ପ୍ରାୟ ୫୩ କୋଟି ଟଙ୍କା ଆୟ କରିଛି। କରୋନା ଭୟ ସାଙ୍ଗକୁ ପ୍ରେକ୍ଷାଳୟରେ ୫୦ ପ୍ରତିଶତ ଦର୍ଶକ ଥିବା ବେଳେ ଚଳଚ୍ଚିତ୍ରର ଏଭଳି ଆୟ ସମସ୍ତଙ୍କୁ ଚକିତ କରିଛି। ସୂଚନା ମୁତାବକ, କେବଳ ଭାରତରେ ‘ମାଷ୍ଟର’ ୪୨ କୋଟି ଟଙ୍କା ଆୟ କରିଛି। ଏହା ବ୍ୟତୀତ ବିଦେଶରେ ଏହା ୧୧ କୋଟି ଟଙ୍କାର ବ୍ୟବସାୟ କରିଛି। କେବଳ ଦକ୍ଷିଣ ଭାରତୀୟ ଭାଷା(ତାମିଲ, ତେଲୁଗୁ ଓ କନ୍ନଡ଼)ରେ ରିଲିଜରେ ଏହି ଆୟ ହୋଇଛି। ଗୁରୁବାର ହିନ୍ଦୀ ଭର୍ସନ ରିଲିଜ୍‍ ହୋଇଥିବା ବେଳେ ଉତ୍ତର ଭାରତୀୟ ପ୍ରେକ୍ଷାଳୟମାନଙ୍କର ଆୟ ହିସାବ ହେବା ବାକି ଅଛି।

ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରରେ ବିଜୟଙ୍କ ସହ ବିଜୟ ସେତୁପତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଲୋକେଶ କନାଗରାଜ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories