www.samajalive.in
Wednesday, November 19, 2025
18.1 C
Bhubaneswar

ଛତୁ ଚାଷ ଦେଇଛି ରୋଜଗାର, ଆର୍ଥିକ ସ୍ୱାବଲମ୍ବୀ ହୋଇଛନ୍ତି ବୃନ୍ଦାବତୀ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ୭ ନମ୍ବର ୱାର୍ଡ କୁଲିଆକୁଟି ଗାଁର  ବୃନ୍ଦାବତୀ କହଁର ଛତୁ ଚାଷ କରି ଆର୍ଥିକ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରୁଥିବା ଦେଖୁବାକୁ ମିଳିଛି । ଫିରିଙ୍ଗିଆ ବ୍ଲକରେ ଧାନ ଚାଷ ଛାଡିଦେଲେ ଅନ୍ୟାନ୍ୟ ଚାଷ ପାଇଁ ସେଭଳି କୌଣସି ଜଳ ସେଚନର ସୁବିଧା ନଥିବାବେଳେ ବର୍ତ୍ତମାନ ଫିରିଙ୍ଗିଆ ବ୍ଲକର ରତଙ୍ଗ, ଜାର୍ଗୀ ପଦର, ପୋଡା ପଡା, ଭଳି ପ୍ରାୟ ଗାଁରେ ପରିବା ଚାଷ କରି ଭଲ ରୋଜଗାର କରୁଛନ୍ତି । ପ୍ରଶାସନର ଚାଷ ପ୍ରତି ବିଭିନ୍ନ ତାଲିମ ପ୍ରଦାନ କରିବା ସହ ଛତୁ, ଗେଣ୍ଡୁ ଫୁଲ, ଡ୍ରାଗନ ଫ୍ରୁଟ, ଷ୍ଟ୍ରବେରୀ ଚାଷ ଭଳି ଚାଷ କରିବାକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି । ଗାଁ ଗାଁରେ ବିଭିନ୍ନ ଚାଷକୁ ଆପଣାଉଥିବାବେଳେ ଠିକ ଭାବରେ ତାଲିମ ହେଉନଥିବାରୁ ଚାଷ କରି ବହୁ କ୍ଷତି ସହିବାକୁ ପଡୁଛି ।

ବୃନ୍ଦାବତୀଙ୍କ କ୍ଷେତ୍ରରେ ସେ ପୂର୍ବରୁ ଉଦ୍ୟାନ ବିଭାଗ ଦ୍ୱାରା ତାଲିମ ପ୍ରାପ୍ତ କରିଥିବାବେଳେ ମିଶନ ଶକ୍ତି ତରଫରୁ ମଧ୍ୟ ଆର୍ଥିକ ସହାୟତା ମିଳିଛି । ଗତ ୪ ବର୍ଷ ପୂର୍ବରୁ ଛତୁ ଚାଷ ପାଇଁ ମନ ବଳାଇଥିବାବେଳେ ପ୍ରତିବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଛତୁ ଚାଷ କରୁଛନ୍ତି । ଆଗରୁ କମ ଛତୁ ଚାଷ କରୁଥିବାବେଳେ ଚଳିତ ବର୍ଷ ଭଲ ଛତୁ ଚାଷ ହେବା ସହ ଭଲ ରୋଜଗାର ମଧ୍ୟ ହେଉଥିବା କହିଛନ୍ତି ବୃନ୍ଦାବତୀ । ଯାହା ଚାଷ ହେଉଛି ଫିରିଙ୍ଗିଆ ବଜାରରେ ବୁଲାଇ ବିକ୍ରି କରିଥିବାବେଳେ କେଜି ପ୍ରତି ୧୮୦ ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ଓ ପ୍ରତି ୨ ରୁ ୩ ଦିନ ମଧ୍ୟରେ ୯ ରୁ ୧୦ କେଜି ପର୍ଯ୍ୟନ୍ତ ଛତୁ ଅମଳ ହେଉଥିବା କହିଛନ୍ତି ବୃନ୍ଦାବତୀ । ବର୍ତ୍ତମାନ ଧୀଙ୍ଗରି ଛତୁ ଚାଷ କରିଛନ୍ତି ଓ ଖାଉଟି ମଧ୍ୟ ଛତୁ ଭଲ ହୋଇଥିବା ଦେଖି ଖୁସିରେ କିଣୁଛନ୍ତି ।  ସବୁଠାରୁ ବଡ଼ କଥା ହେଉଛି ଜଣେ ମହିଳା ହୋଇ ନିଜ ଚେଷ୍ଟାରେ ଛତୁ ଚାଷ କରି ଆର୍ଥିକ ସ୍ୱାବଲମ୍ବୀ ହୋଇ ନିଜ ପରିବାରକୁ ମଧ୍ୟ ଚଳାଇବାରେ ସହାୟକ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।  କେବଳ ଏତିକି ନୁହେଁ ନିଜ ବାଡ଼ିରେ ଅଳ୍ପ ଅଳ୍ପ ପରିବା ମଧ୍ୟ ଚାଷ କରୁଥିବା ବେଳେ ଧାନ ଚାଷ ମଧ୍ୟ କରୁଥିବା କହିଛନ୍ତି ବୃନ୍ଦାବତୀ । ଆଗାମୀ ଦିନରେ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବା ସହ ବିଭିନ୍ନ ଆବଶ୍ୟକୀୟ ସରଞ୍ଜାମ ଯୋଗାଇଦେଲେ ଅଧିକ ଚାଷ କରି ଭଲ ଦୁଇ  ପଇସା ରୋଜଗାର ହୋଇ ପାରିବ ବୋଲି ଆଶା ରଖିଛନ୍ତି ବୃନ୍ଦାବତୀ ।

Hot this week

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲା: ୧୦ ଜଣଙ୍କ ନାଁରେ ଏନ୍‌ଆଇଏର ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ବର: କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ୧୦ଜଣଙ୍କ ବିରୋଧରେ...

Related Articles

Popular Categories