www.samajalive.in
Wednesday, December 10, 2025
26.1 C
Bhubaneswar

ମ୍ୟାରି କମଙ୍କୁ ପଦ୍ମ ବିଭୂଷଣ : ୮ଜଣଙ୍କୁ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ : ସାଧରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଚଳିତ ବର୍ଷର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ୧୪୧ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବାକୁ ଥିବା ବେଳେ କ୍ରୀଡା କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ୮ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ମୁଷ୍ଟିଯୁଦ୍ଧ (ବକ୍ସିଂ)ରେ ମ୍ୟାରି କମ(ମଣିପୁର)ଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବାକୁ ଥିବା ବେଳେ ବ୍ୟାଡମିଣ୍ଟନ ଖେଳାଳି ତଥା ବିଶ୍ୱ ବିଜୟିନୀ ପି.ଭି ସିନ୍ଧୁ(ତେଲଙ୍ଗାନା)ଙ୍କୁ ପଦ୍ମ ଭୂଷଣ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

pic courtesy-india today
pic courtesy-DNA INDIA

 

- Advertisement -

 

 

 

 

ସେହିଭଳି କ୍ରିକେଟର ଜାହିର ଖାନ(ମହାରାଷ୍ଟ୍ର), ମହିଳା ଫୁଟବଲ ଖେଳାଳି ଓଏନମ ବେମବେମ ଦେବୀ (ମଣିପୁର), ଏମପି ଗଣେଷ(କର୍ଣ୍ଣାଟକ), ସୁଟର ଶ୍ରୀ ଜିତୁ ରାୟ(ଉତ୍ତର ପ୍ରଦେଶ), ତରୁଣଦୀପ ରାୟ(ସିକ୍କିମ) ଏବଂ ହକି ଖେଳାଳି ରାଣୀ ରାମପାଲ(ହରିୟାଣା)ଙ୍କୁ ପଦ୍ମ ଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories