www.samajalive.in
Saturday, December 6, 2025
26.1 C
Bhubaneswar

ଭାରତରେ ବିବାହ;ହ୍ୱାଟ୍ସଆପ୍‍ରେ ତଲାକ୍‍

ବେଙ୍ଗାଲୁରୁ: ହାଇଦ୍ରାବାଦର ୨୯ବର୍ଷିୟା ଜନୈକା ମହିଳା ୬୨ବର୍ଷିୟ ଜନୈକ ଓମାନ ନାଗରିକଙ୍କୁ ବିବାହ କରିବା ପରେ ଏବେ ହ୍ୱାଟ୍ସଆପ୍‍ ମାଧ୍ୟମରେ ତଲାକ୍‍ ମେସେଜ ପାଇଛନ୍ତି। ପୀଡ଼ିତା ମେ’ ୨୦୧୭ରେ ଓମାନ ନାଗରିକଙ୍କୁ ବିବାହ କରିବା ପରେ ତାଙ୍କ ସହ ଓମାନ ଯାଇଥିଲେ। ତେବେ ଓମାନ ପହଞ୍ôଚବା ପରେ ବୃଦ୍ଧ ସ୍ୱାମୀଙ୍କ ପ୍ରକୃତିରେ ଦେଖାଦେଇଥିଲା ପରିବର୍ତ୍ତନ। ତେବେ ମହିଳା ଜଣକ ଭାଗ୍ୟକୁ ଆଦରି ପରିସ୍ଥିତିର ସାମ୍‍ନା କରିଥିଲେ। କିଛି ଦିନ ମଧ୍ୟରେ ଉଭୟଙ୍କ ଏକ ସନ୍ତାନ ଜନ୍ମ ହୋଇଥିଲା। ତେବେ ନବଜନ୍ମାର ସ୍ୱାସ୍ଥ୍ୟବସ୍ଥା ଠିକ୍‍ ନଥିôବାରୁ କିଛି ଦିନ ମଧ୍ୟରେ ଉକ୍ତ ଶିଶୁର ମୃତ୍ୟୁ ହୋଇ ଯାଇଥିଲା।
ମହିଳାଙ୍କ ସ୍ୱାସ୍ଥ୍ୟଗତ କାରଣରୁ ଶିଶୁର ମୃତ୍ୟୁ ହେଲା ବୋଲି ସ୍ୱାମୀ ଅଭିଯୋଗ କରିବା ସହ ୩୦ଜୁଲାଇ ୨୦୧୮ରେ ମହିଳାଙ୍କୁ ଭାରତକୁ ପଠାଇ ଦେଇଥିଲେ। ମହିଳାଙ୍କ ବାପଘରକୁ ପଠାଇ ଭାରତରେ ସ୍ୱାସ୍ଥ୍ୟର ଚିକିତ୍ସା କରାଇବାକୁ ନିର୍ଦେଶ ଦେଇଥିଲେ ସ୍ୱାମୀ। ତେବେ ଭାରତ ପହଞ୍ôଚବା ପରେ ମହିଳାଙ୍କୁ ଚିକିତ୍ସା ତ’ ଦୂର ବିବାହ ବିଚ୍ଛେଦର ଶିକାର ହେବାକୁ ପଡ଼ିଥିଲା। ୨୦୧୮ ଅଗଷ୍ଟ ୧୨ରେ ମହିଳାଙ୍କ ହ୍ୱାଟ୍ସଆପ୍‍ରେ ସ୍ୱାମୀ ତଲାକ୍‍ ମେସେଜ୍‍ ପଠାଇଥିଲେ। ଏହା ପରଠାରୁ ମହିଳାଙ୍କ ଫୋନର କୌଣସି ଉତ୍ତର ଦେଉନାହାନ୍ତି ଓମାନରେ ଥିବା ସ୍ୱାମୀ। ଅସହାୟ ମହିଳା ଜଣକ ଶେଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହଯୋଗ ଲୋଡିଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories