www.samajalive.in
Sunday, December 7, 2025
16.1 C
Bhubaneswar

ଇଂଲଣ୍ଡରେ ବିବାହ ବୟସ ୧୮କୁ ଧାର୍ଯ୍ୟ

ଲଣ୍ଡନ : ଇଂଲଣ୍ଡ ଏବଂ ୱେଲ୍‌ସରେ ସେଠାକାର ସରକାର ବିବାହ ବୟସ ୧୮କୁ ଧାର୍ଯ୍ୟ କରିଛନ୍ତି । ସୋମବାରଠାରୁ ଏହି ନିୟମ ଲାଗୁ ହୋଇଛି। ପୂର୍ବରୁ ଇଂଲଣ୍ଡ ଏବଂ ୱେଲ୍‌ସରେ ବିବାହ ନିମନ୍ତେ କୌଣସି ନିର୍ଦିଷ୍ଟ ବୟସ ସୀମା ନ ଥିଲା। ଏହାର ସୁଯୋଗ ଦେଇ ଏଠାରେ ରହୁଥିବା କେତେକ ସମ୍ପ୍ରଦାୟ ନିଜ ପିଲାଙ୍କୁ ଜୋରଜବରଦସ୍ତ ୧୬/୧୭ ବର୍ଷରେ ବିବାହ କରାଇ ଦେଉଥିଲେ। ଏହାକୁ ନେଇ ଏକାଧିକ ଅଭିଯୋଗ ଆସିବା ପରେ ବ୍ରିଟେନ ସରକାର ବିବାହ ପାଇଁ ସର୍ବନିମ୍ନ ବୟସ ୧୮କୁ ଧାର୍ଯ୍ୟ କରିଛନ୍ତି। ଏହି ନିୟମ ଉଲ୍ଲଙ୍ଘନକାରୀ ୭ବର୍ଷ ପର୍ଯ୍ୟନ୍ତ ଜେଲ୍‌​ରେ ରହିବେ ବୋଲି ଜଣାପଡ଼ିଛି।
ବିବାହ ପାଇଁ ସର୍ବନିମ୍ନ ବୟସ ୧୮କୁ ଧାର୍ଯ୍ୟ କରାଯାଇଥିବା ନେଇ ବ୍ରିଟେନର ଉପପ୍ରଧାନମନ୍ତ୍ରୀ ଡୋମିନିକ୍‌ ରବ୍‌ କହିଥିଲେ ଏହି ନିୟମ ପ୍ରଣୟନ ଦ୍ବାରା ସମାଜରେ ଜୋରଜବରସ୍ତ ବିବାହ କରାଯିବା ଘଟଣା କମିବ। ବିଶ୍ବର ଅଧିକାଂଶ ଦେଶ ବିବାହ ପାଇଁ ୧୮ବର୍ଷକୁ ସର୍ବନିମ୍ନ ବୟସ ଭାବେ ଧାର୍ଯ୍ୟ କରିଥିବାରୁ ବ୍ରିଟେନ୍‌ ମଧ୍ୟ ତାହାକୁ ଗ୍ରହଣ କରିଛି। ଏହି ବୟସରେ ଜଣେ ନାଗରିକତ୍ବ ହାସଲ କରୁଥିବାରୁ ତାହାକୁ ମଧ୍ୟ ବିବାହ ପାଇଁ ସର୍ବନିମ୍ନ ବୟସ ଭାବେ ରଖାଯାଇଛି। ଗତବର୍ଷ ଜୋରଜବରଦସ୍ତ ବିବାହକୁ ନେଇ ଶତାଧିକ ମାମଲା ହେଲ୍‌ଲାଇନକୁ ଆସିଥିଲା। ପ୍ରସଙ୍ଗର ଗୁରୁତ୍ବ ଅନୁଭବ କରି ବିବାହ ପାଇଁ ଏକ ସର୍ବନିମ୍ନ ବୟସ ସ୍ଥିର କରାଯିବାକୁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଥିଲା। ଅଳ୍ପ ବୟସରେ ଝିଅମାନଙ୍କ ବିବାହ ଯୋଗୁଁ ସେମାନେ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେଉଛନ୍ତି। ଏହାବାଦ୍‌ ସେମାନେ ମଝିରୁ ପାଠପଢ଼ା ଛାଡ଼ି ଦେବାରୁ ନିଜ ଭବିଷ୍ୟତ ଗଢ଼ି ପାରୁନାହାନ୍ତି। ସେହିପରି ସେମାନେ ନାନାପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଏଥିରୁ ସେମାନଙ୍କୁ ରକ୍ଷା କରିବାକୁ ଏହି ନିୟମ ଲାଗୁ ହୋଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories