www.samajalive.in
Sunday, December 7, 2025
14.1 C
Bhubaneswar

ରାତି ପାହିଲେ +୨ ପରୀକ୍ଷା ; ଅଧ୍ୟାପକଙ୍କ ବର୍ଜନ ନିଷ୍ପତ୍ତି

ଭୁବ‌େ‌ନଶ୍ବର : ବୁଧବାରଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତଦୁଇ ଥିଓରୀ ପରୀକ୍ଷା ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷା କେନ୍ଦ୍ରରେ ଲାଗିସାରିଛି ସିସିଟିଭି। ପ୍ରଶ୍ନପତ୍ର ବି ହବରେ ପହଞ୍ଚିସାରିଛି। ହେଲେ ପରୀକ୍ଷା ପରିଚାଳନା କେମିତି ହେବ; ତାହାକୁ‌ ନେଇ ପ୍ରଶ୍ନ ଉଠୁଛି। ପରୀକ୍ଷାକୁ ଆଉମାତ୍ର ଗୋଟିଏ ଦିନ ଥିବାବେଳେ ପରୀକ୍ଷାବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ୪ ଦଫା ଦାବିରେ ଆନ୍ଦୋଳନ କରୁଥିବା ୬୬୨ ବର୍ଗ କଲେଜ ସଂଘ। ଏହି ବର୍ଗର କଲେଜରେ ପ୍ରାୟ ଦେଢ଼ଲକ୍ଷରୁ ଊର୍ଦ୍ଧ୍ବ ପିଲା ପରୀକ୍ଷା ଦେବେ। ସଂଘ ପରୀକ୍ଷାବର୍ଜନ ନିଷ୍ପତ୍ତି ନେଇଥିବାବେଳେ କିପରି ପରୀକ୍ଷା ପରିଚାଳନା କରାଯିବ; ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଦାବି ହାସଲ ପାଇଁ ଆଜି ପୁଣିଥରେ ଗର୍ଜିଛନ୍ତି ୬୬୨ ବର୍ଗ କଲେଜ ସଂଘର ଅଧ୍ୟାପକ ଓ କର୍ମଚାରୀ। ସମାନ ଗ୍ରେଡ-ପେ’କୁ ସମାନ ଦରମା ବୃଦ୍ଧି, ସମସ୍ତ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ଦେବା ଓ ପେନସନ୍ ପରିସରଭୁକ୍ତ କରିବା, ୨୦୧୮ ଜି.ଓରେ ଅନ୍ତର୍ଭୁକ୍ତ କର୍ମଚାରୀଙ୍କୁ ୭ମ ବେତନ କମିସନ ଦେବା, ଅନୁଦାନରୁ ବାଦ୍ ପଡ଼ିଥିବା କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଦାବି ନେଇ ସଂଘ ଗତ ୧୩ ତାରିଖରୁ ଅହୋରାତ୍ର ଆନ୍ଦୋଳନ କରୁଛି। ଏହା ମଧ୍ୟରେ ଦୁଇ ଦୁଇଟି ମହାସମାବେଶ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ଆଜି ପୁଣିଥରେ ସଂଘ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ସରକାର ଆଲୋଚନାକୁ ନ ଡାକିଲେ ପରୀକ୍ଷା ବର୍ଜନ କରାଯିବ ବୋଲି ସଂଘ ଚେତାଇ ଦେଇଛି। ଅନ୍ୟପକ୍ଷରେ +୨ ପରୀକ୍ଷା ପରିଚାଳନାରେ ସହଯୋଗ କରିବାକୁ ସଂଘକୁ ନିବେଦନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ଦାବି ହାସଲ ପାଇଁ ଆନ୍ଦୋଳନ କରିବା ଭିନ୍ନ କଥା କିନ୍ତୁ ପିଲାଙ୍କ ସ୍ବାର୍ଥ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ପରିଚାଳନାରେ ସହଯୋଗ କରିବା ଦରକାର। ପରୀକ୍ଷାକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ପୂର୍ବବର୍ଷ ଭଳି କରାଯାଇଛି। ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଯାଇଛି। ଆମେ ଆଶାବାଦୀ ଅଛୁ ପରୀକ୍ଷାରେ ସମସ୍ତେ ସହଯୋଗ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଆଜିର ବିଶାଳ ସମାବେଶ ପରେ ସଂଘକୁ ସରକାରଙ୍କ ସହ ଆଲୋଚନା ପାଇଁ ଡକାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ସରକାରଙ୍କ ସହ ୬୬୨ କଲେଜ ସଂଘର ଆଲୋଚନା ହେବ। ଏହାପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ସଂଘ ତରଫରୁ ସଭାପତି ଗୋଲକ ନାୟକ, ଦୁଇ ସାଧାରଣ ସମ୍ପାଦକ ସତାପଉଦ୍ଦିନ୍ ଅହମ୍ମଦ, ଡ. ଗଗନ ବେଉରା, ଡ. ତପନ ଜେନା ପ୍ରମୁଖ ଜଣାଇଛନ୍ତି।
ଏହି ସମାବେଶରେ ଆପ୍ ଓଡ଼ିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର, ସାମାଜିକ କର୍ମୀ ପ୍ରଦୀପ୍ତ ନାୟକ, ଶିକ୍ଷାବିତ୍ କମଳାକାନ୍ତ ମହାପାତ୍ର, ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ, ବିଶିଷ୍ଟ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ସରକାରୀ କଲେଜ ଅଧ୍ୟାପକ ସଂଘର ସାଧାରଣ ସଂପାଦକ ଦେବାଶିଷ ମହାନ୍ତି ପ୍ରମୁଖ ଯୋଗଦେଇ ସରକାର ଏହି ସମସ୍ୟାର ଶୀଘ୍ର ସମାଧାନ କରନ୍ତୁ ବୋଲି ଦାବି କରିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories