ଝାରସୁଗୁଡ଼ା : ଝାଡ଼େଶ୍ୱର ମନ୍ଦିରରେ ବାଲ୍ୟବିବାହ ଚାଲିଥିବା ସମୟରେ ସିଡ଼ବ୍ଲୁସି, ଚାଇଲଡ଼ ଲାଇନ ଓ ପୁଲିସ ମିଳିତ ଚଢଉ କରିଥିଲେ। ଚଢଉ ବେଳେ ନାବାଳିକା କନ୍ୟାକୁ ଉଦ୍ଧାର କରିଥିଲେ। ବରଯାତ୍ରୀ ସହ କନ୍ୟା ପରିବାରକୁ ପୁଲିସ ଗିରଫ କରିଛି।
ସୂଚନା ଅନୁଯାୟୀ , ସୋମବାର ସକାଳେ ଝାଡ଼େଶ୍ୱର ମନ୍ଦିର ପରିସରରେ ବିବାହ କରିବା ଉଦ୍ଦେଶ୍ୟରେ ବର ଓ କନ୍ୟା ପକ୍ଷ ଆସିଥିଲେ। ମାତ୍ର କନ୍ୟା ନାବାଳିକା ଥିବା କୌଣସି ସୂତ୍ରରୁ ସୂଚନା ମିଳିବା ପରେ ଏହି ଚଢଉ କରାଯାଇଥିଲା। ପୁଅର ବୟସ ୨୧ ବର୍ଷ ହୋଇଥିବା ବେଳେ ଝିଅର ୧୮ ବର୍ଷରୁ କମ ବୋଲି ସୂଚନା ମିଳିଛି। ଚଢଉ ସମୟରେ କନ୍ୟା ପକ୍ଷ ଏହା ବିବାହ ନୁହେଁ ବରଂ ପିନ୍ଧାଣି ବୋଲି କହିଥିଲେ। ମାତ୍ର ମନ୍ଦିରର ପୂଜାରୀଙ୍କ କହିବା ଅନୁସାରେ ସେମାନେ ବିବାହ ପାଇଁ ରସିଦ୍ କାଟିଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରେ ପୁଲିସ କନ୍ୟା ଓ ବର ପକ୍ଷ ଉଭୟଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି।
ଅଧାରେ ରହିଲା ବାଲ୍ୟ ବିବାହ, ନାବାଳିକା ଉଦ୍ଧାର
Popular Categories



