www.samajalive.in
Saturday, December 13, 2025
21.1 C
Bhubaneswar

ଭାରତୀୟ ବାସ୍କେଟବଲ ଦଳରେ ଓଡ଼ିଶାର ଅମରେନ୍ଦ୍ର

କଟକ : ଓଡ଼ିଶା ବାସ୍କେଟବଲ ପାଇଁ ଖୁସି ଖବର। ଓଡ଼ିଆ ପୁଅ ଭାରତୀୟ ପୁରୁଷ ବାସ୍କେଟବଲ ଦଳରେ ସ୍ଥାନ ପାଇଛନ୍ତି। ନିକଟରେ କାତାରରେ ଶେଷ ହୋଇଥିବା ୧୬ ବର୍ଷରୁ କମ୍‌ ଏସିଆନ ବାସ୍କେଟବଲ ଚମ୍ପିଆନସିପ୍‌ରେ ସେକ୍‌ ଫୟାଜ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଏବେ ଅମରେନ୍ଦ୍ର ନାୟକ ଜାତୀୟ ସିନିୟର ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଫିଲିପାଇନ୍‌ସରେ ଜୁଲାଇ ୧ରୁ ୪ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଫିବା ବିଶ୍ବକପ ଏସୀୟ ଯୋଗ୍ୟତାପର୍ଯ୍ୟାୟ ବାସ୍କେଟବଲ ପ୍ରତିଯୋଗିତା ଲାଗି ଅମରେନ୍ଦ୍ର ନାୟକ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ପ୍ରତିଯୋଗିତା ଲାଗି ବାସ୍କେଟବଲ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ୧୨ଜଣିଆ ଦଳ ଘୋଷଣା କରାଯାଇଛି। ଦଳରେ ଏକମାତ୍ର ଓଡ଼ିଆ ଭାବେ ଅମରେନ୍ଦ୍ରଙ୍କୁ ସ୍ଥାନ ମିଳିଛି।
କଟକର ପୂର୍ବତନ ଅନ୍ତର୍ଜାତୀୟ ବାସ୍କେଟବଲ ଖେଳାଳି ତଥା ବର୍ତ୍ତମାନ ଭାରତୀୟ ରେଳବାଇର ପ୍ରଶିକ୍ଷକ ସତ୍ୟବ୍ରତ ନାୟକ ଓ ଜାତୀୟ ବାସ୍କେଟବଲ ଖେଳାଳି ସ୍ବର୍ଣ୍ଣଲତା ନାୟକଙ୍କ ପୁତ୍ର ଅମରେନ୍ଦ୍ର ଚଣ୍ଡିଗଡ଼ରେ ଯୁକ୍ତ ୩ ଦ୍ବିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି।୬ ଫୁଟ ୭ ଇଞ୍ଚ ବିଶିଷ୍ଟ ୧୯ ବର୍ଷୀୟ ଅମରେନ୍ଦ୍ର ୨୦୧୯ରେ ସାଫ ଏସୀୟ କ୍ରୀଡ଼ା ଲାଗି ୧୬ ବର୍ଷରୁ କମ୍‌ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଫରୱାର୍ଡ ସହ ପୋଷ୍ଟ ପୋଜିସନରେ ଅମରେନ୍ଦ୍ର ଜଣେ ଦକ୍ଷ ଖେଳାଳି। ଜାତୀୟ ଜୁନିୟର ଦଳରେ ସ୍ଥାନ ପାଇବା ପ​‌େ​‌ର ଅମରେନ୍ଦ୍ର ଜାତୀୟ ସିନିୟର ଦଳରେ ସ୍ଥାନ ପାଇବା ନେଇ ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ବହୁତ ପରିଶ୍ରମ ମଧ୍ୟ କରୁଥିଲେ। ଏହା ସଫଳ ହୋଇଛି ବୋଲି ପିତା ସତ୍ୟବ୍ରତ କହିଛନ୍ତି। ସୂଚନାଯୋଗ୍ୟ, ଅମରେନ୍ଦ୍ରଙ୍କ ପିତା ସତ୍ୟବ୍ରତ ପୂର୍ବତନ ଅନ୍ତର୍ଜାତୀୟ ବାସ୍କେଟବଲ ଖେଳାଳି ଥିଲେ। ଖେଳ ଛାଡ଼ିବା ପରେ ଭାରତୀୟ ରେଳବାଇ ବାସ୍କେଟବଲ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି। ତାଙ୍କ ପ୍ରଶିକ୍ଷଣରେ ରେଳବାଇ ଜାତୀୟ ବାସ୍କେଟବଲ ପ୍ରତିଯୋଗିତାରେ ସଫଳତା ହାସଲ କରିଛି। ଅମରେନ୍ଦ୍ରଙ୍କ ମା ସ୍ବର୍ଣ୍ଣଲତା ମଧ୍ୟ ଜଣେ ଜାତୀୟ ବାସ୍କେଟବଲ ଓ ଦୌଡ଼କୁଦ ଖେଳାଳି ଥିଲେ। ପିତା ଓ ମାତାଙ୍କ ପଥରେ ପୁତ୍ର ଅମରେନ୍ଦ୍ର ଏବେ ଆଗକୁ ବଢିବାରେ ଲାଗିଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories