www.samajalive.in
Thursday, December 11, 2025
14.1 C
Bhubaneswar

ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ୩.୧୮%କୁ ବୃଦ୍ଧି

ନୂଆଦିଲ୍ଲୀ : ଖାଦ୍ୟପଦାର୍ଥ ଏବଂ ଇନ୍ଧନ ଦର ବୃଦ୍ଧିର ପ୍ରଭାବ ଭାରତୀୟ ପାଇକାରୀ ବଜାର ଉପରେ ପଡ଼ିଛି। ଫଳରେ ମାର୍ଚ୍ଚ ମାସର ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୩.୧୮%ରେ ପହଞ୍ଚିଛି। ସରକାରଙ୍କ ପକ୍ଷରୁ ସୋମବାର ପ୍ରକାଶିତ ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ)ରେ ଏହି ସୂଚନା ଦିଆଯାଇଛି।
ପ୍ରକାଶ ଯେ ଗତ ଫେବୃଆରୀ ମାସରେ ପାଇକାରୀ ମୁସ୍ରାସ୍ଫୀତି ୨.୯୩% ଥିଲା ବେଳେ ଗତ ବର୍ଷ ମାର୍ଚ୍ଚ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୨.୭୪% ଥିଲା। ମାର୍ଚ୍ଚ ମାସରେ ପନିପରିବା ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ପନିପରିବା ମୁଦ୍ରାସ୍ଫୀତି ଫେବୃଆରୀରେ ୬.୮୨%ରୁ ବୃଦ୍ଧି ପାଇ ମାର୍ଚ୍ଚରେ ୨୮.୧୩%ରେ ପହଞ୍ଚିଛି। ତେବେ ଆଳୁ ଦର ଫେବୃଆରୀରେ ୨୩.୪୦%ରୁ ହ୍ରାସ ପାଇ ମାର୍ଚ୍ଚରେ ୧.୩୦%କୁ ଆସିଯାଇଛି। ମାର୍ଚ୍ଚରେ ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତି ୫.୬୮%, ଇନ୍ଧନ ଏବଂ ବିଦ୍ୟୁତ୍‍ ମୁଦ୍ରାସ୍ଫୀତି ୫.୪୧% ରହିଛି। ଏହା ପୂର୍ବରୁ ଫେବୃଆରୀରେ ଇନ୍ଧନ ଏବଂ ବିଦ୍ୟୁତ୍‍ ମୁଦ୍ରାସ୍ଫୀତି ୨.୨୩% ଥିଲା। ଗୋଟିଏ ସପ୍ତାହ ପୂର୍ବରୁ ଜାରି ତଥ୍ୟ ଅନୁସାରେ ଫେବୃଆରୀରେ ଖୁଚୁରା ମୁଦ୍ରାସ୍ଫୀତି ଫେବୃଆରୀରୁ ୨.୫୭%ରୁ ବୃଦ୍ଧି ପାଇ ମାର୍ଚ୍ଚରେ ୨.୮୬%ରେ ପହଞ୍ଚିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories