www.samajalive.in
Saturday, December 13, 2025
17.1 C
Bhubaneswar

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ଫୁଲବାଣୀ : ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ, ଏବଂ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ପ୍ରୀତିରଞ୍ଜନ ଘଡ଼ାଇ କନ୍ଧମାଳ ଜିଲ୍ଲା ଗ୍ରସ୍ତରେ ଆସି ଜିଲ୍ଲାର ବିଭିନ୍ନ ସ୍ଥାନରେ କେତେଗୁଡ଼ିଏ ସଡ଼କ ଓ ପୋଲ ପ୍ରକଳ୍ପର ଶିଳାନ୍ୟାସ/ଉଦ୍‌ଘାଟନ କରିଛନ୍ତି । ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୂଆପଦର ଉଚ୍ଚ ବିଦ୍ୟାଳୟ ପଡ଼ିଆ ନିକଟରେ ଓଡ଼ିଶା ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ ବିଜୁ ସେତୁ ଯୋଜନା ଅନ୍ତର୍ଗତ ମାଳ ବଦ୍ରାଗା ରାସ୍ତାର ବାଘନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଏବଂ ଜଏଲମ୍ବା ଠାରୁ କେଳାପଡ଼ା ଗ୍ରମ ପଞ୍ଝାୟତ ରାସ୍ତାର ଲୋକାଲ ନାଳ ଉପରେ ସେତୁ ନିର୍ମାଣ କାର୍ଯ୍ୟର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ସେହିପରି ସେତୁ ଦୁଇଟିର ଚୁକ୍ତିନାମା ମୂଲ୍ୟ ଯଥାକ୍ରମେ ୩୪୦.୪୦ ଲକ୍ଷ ଟଙ୍କା ଓ ୩୭୭.୦୭ ଲକ୍ଷ ଟଙ୍କା ରଖାଯାଇଥିବା ଜଣାପଡ଼ିଛି । ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କ୍ରାଣ୍ଡିବାଲି ପଡ଼ିଆରେ ଓଡ଼ିଶା ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ ବିଜୁ ସେତୁ ଯୋଜନା ଅନ୍ତର୍ଗତ ବାଲନ୍ଦାପଡ଼ା ଠାରୁ ବାଟବାହାଲି ରାସ୍ତାର ଲୋକାଲ ନାଳ ଉପରେ ଚୁକ୍ତିନାମା ମୂଲ୍ୟ ୩୯୬.୭୩ ଲକ୍ଷ ଟଙ୍କା ର ସେତୁ ନିର୍ମାଣ କାର୍ଯ୍ୟ , କ୍ରାଣ୍ଡିବାଲି ରାସ୍ତାର ଲୋକାଲ ନାଳ ଉପରେ ଚୁକ୍ତିନାମା ମୂଲ୍ୟ ୩୧୩.୩୮ଲକ୍ଷ ଟଙ୍କାର ସେତୁ ନିର୍ମାଣ କାର୍ଯ୍ୟ, ପିଣ୍ଡାଙ୍ଗି ଠାରୁ ବାଲିଗେଟା ରାସ୍ତାର ବାଘନଦୀ ଉପରେ ଚୁକ୍ତି ନାମାମୂଲ୍ୟ୫୫୭.୧୯ଲକ୍ଷ ଟଙ୍କାର ସେତୁ ନିର୍ମାଣ କାର୍ଯ୍ୟ, ଚୁକ୍ତିନାମା ମୂଲ୍ୟ ୭୬୫.୪୫ ଲକ୍ଷ ଟଙ୍କାର କ୍ରଣ୍ଡାବାଲି ଠାରୁ କାଡିସରୁ ରାସ୍ତା ନିର୍ମାଣ କାର୍ଯ୍ୟ, ଚୁକ୍ତିନାମା  ମୂଲ୍ୟ ୧୧୨୮.୮୧ ଲକ୍ଷ ଟଙ୍କାର ବାଲିଗେଟାଠାରୁ ବନ୍ଦୁଲି ଭାୟା ପାଟେଲିପିଡ଼ିଆ ଓ ସିପାଡି ରାସ୍ତା ନିର୍ମାଣ ଆଦି କାର୍ଯ୍ୟର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

- Advertisement -

ସେହିପରି, ଫୁଲବାଣୀ ବ୍ଲକ ଅନ୍ତର୍ଗତ ସାର୍ତାଗୁଡ଼ା ଠାରୁ ମିଣିଆକାଟି ଭାୟା ଡୋକାଙ୍ଗି, ସୁଡ୍ରାବାଲି, ତଡପଙ୍ଗା ଓ ଲାଣ୍ଡ୍ରିଗୁଡ଼ା ରାସ୍ତାର ପିଲା ସାଲୁଙ୍କି ନଦୀ ଉପରେ ଚୁକ୍ତିନାମା ମୂଲ୍ୟ ୪୭୬.୧୪ ଲକ୍ଷ ଟଙ୍କାର ସେତୁ ନିର୍ମାଣ କାର୍ଯ୍ୟ, ଗୁମାଗଡ଼ଠାରୁ ଅମାତପଡ଼ା ଚୁକ୍ତିନାମା ମୂଲ୍ୟ ୫୫୧.୫୩ ଲକ୍ଷ ଟଙ୍କାର ରାସ୍ତା ନିର୍ମାଣ ଆଦି କାର୍ଯ୍ୟର ଶୁଭ ଭିତ୍ତି  ପ୍ରସ୍ତର ସ୍ଥାପନ କରିଛନ୍ତି । ଚକାପାଦ ବ୍ଲକ ଅନ୍ତର୍ଗତ ଅର୍ଚ୍ଚାଙ୍ଗି ଠାରୁ ବନ୍ଧଖମଣା ରାସ୍ତାର ଲୋକାଲ ନାଳ ଉପରେ ଚୁକ୍ତିନାମା ମୂଲ୍ୟ ୩୧୧.୯୫ଲକ୍ଷ ଟଙ୍କାର ସେତୁ ନିର୍ମାଣ କାର୍ଯ୍ୟର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବାବେଳେ ଡଙ୍ଗାଗାଁ ଠାରୁ ମୁଣ୍ଡୁଳା ରାସ୍ତାର ବ୍ରୁତଙ୍ଗ ନଦୀ ଉପରେ ଚୁକ୍ତିନାମା ମୂଲ୍ୟ ୬୯୦.୯୩ ଲକ୍ଷ ଟଙ୍କାର ସେତୁ ନିର୍ମାଣ କାର୍ଯ୍ୟ, ଚକାପାଦ ଚହଲି ରାସ୍ତାର ଖଉ ନାଳ ଉପରେ ଚୁକ୍ତିନାମା ମୂଲ୍ୟ ୩୦୨.୩୧ ଲକ୍ଷ ଟଙ୍କାର ସେତୁ ନିର୍ମାଣ କାର୍ଯ୍ୟ, ଚୁକ୍ତିନାମା ମୂଲ୍ୟ ୨୮୫.୭୩ ଲକ୍ଷ ଟଙ୍କାର ସେତୁ ନିର୍ମାଣ କାର୍ଯ୍ୟ, ଚୁକ୍ତିନାମା ମୂଲ୍ୟ ୨୯୯.୭୩ ଲକ୍ଷ ଟଙ୍କାର ସେତୁ ନିର୍ମାଣ କାର୍ଯ୍ୟ, ଚୁକ୍ତିନାମା ମୂଲ୍ୟ ୨୯୧.୩୬ ଲକ୍ଷ ଟଙ୍କାର ସେତୁ ଆଦି ନିର୍ମାଣ କାର୍ଯ୍ୟର ଶୁଭ ଉଦ୍‌ଘାଟନ କରିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀ ଘଡ଼ାଇ  ।

ଆଜିର ଶିଳାନ୍ୟାସ/ଉଦ୍‌ଘାଟନ ସମୟରେ ମନ୍ତ୍ରୀଙ୍କ ସହିତ ସ୍ଥାନୀୟ ବିଧାୟକ ଅଙ୍ଗଦ କହଁର , ଓଡ଼ିଶା ରାଜ୍ୟ ବିହନ ନିଗମ ବିଜୟ କୁମାର ନାୟକ, ଶ୍ରୀମତି ନମିତା କହଁର , ଜିଲା ପରିଷଦ ସଭ୍ୟ ଜୟଶ୍ରୀ କହଁର , ରଶ୍ମିତା କହଁର , ଦିଲିପ ଦିଗାଲ , ସ୍ୱର୍ଣ୍ଣଲତା ପ୍ରଧାନ ଓ ଅନ୍ୟ ପ୍ରତିନିଧିଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories