www.samajalive.in
Sunday, December 7, 2025
15.1 C
Bhubaneswar

ମନ୍ମଥଙ୍କ ଦ୍ଵିତୀୟ ଇଂନିସ: ପ୍ରଥମ ସ୍ତ୍ରୀଙ୍କ ଭଉଣୀକୁ କଲେ ବିବାହ, ଆସିଲେନି ବାପା ଏବଂ ଭାଇ

ଭୁବନେଶ୍ଵର: ପ୍ରଥମ ସ୍ତ୍ରୀର ଭଉଣୀଙ୍କୁ ବାହା ହେଲେ। ବାପା କି ଭାଇ ବାହାଘରକୁ ଗଲେ ନାହିଁ। ଲୁଚି ଲୁଚି ବାହା ହୋଇଗଲେ ମନ୍ମଥ। ସହରରେ ନୁହେଁ, ସହର ଉପକଣ୍ଠରେ ହେଲେ ବାହା । ବରଯାତ୍ରୀରେ ବଜାଇଲେ ହେ ନବୀନ୍ ବାବୁ ଆମେ ତମ ଫ୍ୟାନ୍ । ହଁ ଆମେ କହୁଛୁ ବିଜେଡିର ଯୁବ ନେତା, ତଥା ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ହୋଇଥିବା କ୍ୟାପଟେନ ମନ୍ମଥ ରାଉତରାୟ। ତାଙ୍କର ଆଉ ଏକ ବଡ଼ ପରିଚୟ ହେଉଛି, ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ର ବରିଷ୍ଠ ନେତା ତଥା ବିଗତ ଦିନର ଜଟଣୀ ଏମଏଲଏ ସୁର ରାଉତରାୟ ଙ୍କ ସାନ ପୁଅ । ମନ୍ମଥ ଦ୍ଵିତୀୟ ବିବାହ କରିଛନ୍ତି। ନିଜ ପ୍ରଥମ ପତ୍ନୀଙ୍କୁ ପ୍ରାୟ ଦୁଇ ବର୍ଷ ତଳେ ସେ ଛାଡପତ୍ର ଦେଇଥିଲେ । ଏବେ ପୁଣି ସେ ବିବାହ କରିଛନ୍ତି। ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଥିବା ଏକ ରିସର୍ଟ ରେ କିଛି ହାତ ଗଣତି ଅତିଥିଙ୍କ ମେଳରେ ବାହା ହୋଇଛନ୍ତି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଭୁବନେଶ୍ବର ପଟିଆ ଅଞ୍ଚଳର ଜଣେ ଯୁବତୀଙ୍କୁ ସେ ବିବାହ କରିଛନ୍ତି। ତାଙ୍କ ନାମ ରୋଜାଲିନ ପଟ୍ଟନାୟକ । ରୋଜାଲିନଙ୍କୁ ସେ ପ୍ରେମ ବିବାହ କରିଛନ୍ତି । ରୋଚକ କଥା ହେଉଛି ମନ୍ମଥ ଙ୍କ ବରଯାତ୍ରୀ ରୋଷଣୀରେ ହେ ନବୀନ ବାବୁ ଗୀତ ବାଜୁଥିଲା। ଆଉ ସମସ୍ତେ ନାଚୁ ଥିଲେ । ଉଭୟ ମନ୍ମଥ ଏବଂ ରୋଜାଲିନ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିବାହରେ ଉପସ୍ଥିତ ନଥିଲେ ବାପା ସୁର ରାଉତରାୟ ଓ ବଡ଼ ଭାଇ ସିଦ୍ଧାର୍ଥ ରାଉତରାୟ । ଭିଡିଓରୁ ଯାହା ଦେଖାଯାଇଛି ମନ୍ମଥଙ୍କ ସମ୍ପର୍କୀୟ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବରଯାତ୍ରୀ ଭାବେ ଯାଇଥିଲେ।  ଶୁଣିବାକୁ ମିଳୁଛି ମନ୍ମଥ ଙ୍କ ଦ୍ଵିତୀୟ ପତ୍ନୀ ରୋଜାଲିନ ହେଉଛନ୍ତି ମନ୍ମଥଙ୍କ ପ୍ରଥମ ପତ୍ନୀଙ୍କ ସମ୍ପର୍କୀୟ ଭଉଣୀ। ସେ ମୁମ୍ବାଇର ଏକ ବ୍ୟାଙ୍କରେ କାମ କରନ୍ତି। ଆସନ୍ତାକାଲି(ବୁଧବାର) ଭୁବନେଶ୍ଵରର ଏକ ତାରକା ହୋଟେଲରେ ଭୋଜି ଦେବାର କାର୍ଯ୍ୟକ୍ରମ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories