www.samajalive.in
Saturday, December 6, 2025
26.1 C
Bhubaneswar

କ୍ବାରେଣ୍ଟାଇନ ପରେ ୧୫ତମ ଦିନରେ ବାହାରିଲା କରୋନା ଲକ୍ଷଣ

ଚଣ୍ଡୀଗଡ଼: କରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ୧୪ ଦିନ ଧରି କ୍ବାରେଣ୍ଟାଇନରେ ରହିସାରିବା ପରେ ଏହାର ଅର୍ଥ ନୁହେଁ ଯେ ସଂକ୍ରମିତ ହେବାର ଆଶଙ୍କା ଦୂର ହୋଇଗଲା। କାରଣ ଚଣ୍ଡୀଗଡ଼ରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବକ ୧୪ ଦିନ କ୍ବାରେଣ୍ଟାଇନରେ ରହିବା ପରେ ୧୫ତମ ଦିନରେ ତାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି। ତାଙ୍କ ରକ୍ତ ନମୁନା ପରୀକ୍ଷା ପରେ ତାହା କରୋନା ପଜିଟିଭ ବାହାରିଛି, ଯାହାକୁ ନେଇ ଏବେ ସରକାର ଏବଂ ଡାକ୍ତରଙ୍କ ଚିନ୍ତା ବଢ଼ିଯାଇଛି।

ଆକ୍ରାନ୍ତ ୨୨ ବର୍ଷୀୟ ଯୁବକ ଗତ ମାର୍ଚ୍ଚ ୧୧ରେ ଦୁବାଇରୁ ଚଣ୍ଡୀଗଡ଼ ଫେରିଥିଲେ। ୧୪ ଦିନ ଯାଏ ଘରେ କ୍ବାରେଣ୍ଟାଇନରେ ରହିଲେ। କିନ୍ତୁ ହଠାତ୍‌ ୧୫ତମ ଦିନରେ ତାଙ୍କୁ ଜ୍ଵର ହୋଇଥିଲା। ରକ୍ତ ପରୀକ୍ଷା ପରେ ସେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ତାଙ୍କ ପରିବାର ଲୋକଙ୍କ ସହିତ ଡାକ୍ତରମାନେ ବି ଚକ୍କିତ ହୋଇଛନ୍ତି।

- Advertisement -

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ସୂଚନା ଦିଆଯାଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ କ୍ବାରେଣ୍ଟାଇନ ସମୟସୀମା ବିତିଗଲେ ବି କରୋନା ସଂକ୍ରମଣ ହେବ ନାହିଁ ବୋଲି ଭାବିବା ଭୁଲ ବୋଲି କୁହାଯାଉଛି। ସ୍ଥାନୀ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ନିର୍ଦେଶକ ଡା. ବି.ଏସ. ଚୌହ୍ବାନ କହିଛନ୍ତି ଯେ, ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ନିୟମ ଅନୁସାରେ କ୍ବାରେଣ୍ଟାଇନ ସମୟସୀମା ୧୪ ଦିନ ଧାର୍ଯ୍ୟ ହୋଇଛି। ଚଣ୍ଡୀଗଡ଼ ମାମଲା ପଦାକୁ ଆସିବା ପରେ ରୋଗୀଙ୍କ ବିଦେଶ ଯାତ୍ରା ସହିତ ଅନ୍ୟ ତଥ୍ୟକୁ ଯାଞ୍ଚ କରାଯିବ। ଏହା ସହିତ କ୍ବାରେଣ୍ଟାଇନ ସମୟସୀମା ଉପରେ ମଧ୍ୟ ବିଚାର କରିବାକୁ ପଡ଼ିବ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories