ସମାଜ ଡିଜିଟାଲ ଡେସ୍କ: ପୋଲ ଉପରେ କାରରେ ଯାଉଥିବାବେଳେ ନଦୀରେ ଖସିପଡ଼ିଥିଲା ଗାଡ଼ି। ଏହା ପରେ କାର ସହିତ ପ୍ରଖର ସ୍ରୋତରେ ଭାସିଯାଉଥିଲେ ୯ ଜଣ। କିନ୍ତୁ ଜଣେ ଜେସିବି ଚାଳକଙ୍କ ଅଦମ୍ୟ ସାହସ ସେମାନଙ୍କୁ ଦେଇଛି ନୂଆ ଜୀବନ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ତେଲଙ୍ଗାନାର ଖମାମ ଅଞ୍ଚଳରୁ। ଜେସିବି ଚାଳକ ସୁଭନଙ୍କୁ ମିଳିଛି ରିୟଲ ହିରୋ ଆଖ୍ୟା। ଏହାର ଭିଡିଓ ଏମେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି, ଯାହାକୁ ଦେଖି ଲୋକମାନେ ସୁଭନଙ୍କୁ ବହୁ ପ୍ରଶଂସା କରିଛନ୍ତି।
ଭିଡିଓରେ ଦେଖିବାକୁ ମିଳିଛି ଯେ, ନଦୀରେ ପ୍ରଖର ସ୍ରୋତ ରହିଛି। ମଝି ନଈରେ କାର ଭିତରେ ଫସିଛନ୍ତି କିଛି ଲୋକ। ଏହା ପରେ ସେଠାରେ ଏକ ଜେସିବି ଧରି ପହଞ୍ଚୁଛନ୍ତି ଜଣେ ଯୁବକ। ଜେସିବି ଶୁଣ୍ଢରେ ଯୁବକ ଜଣକ ସବୁ ଲୋକଙ୍କୁ ଉଦ୍ଧାର କରିବା ପରେ କିଛି ସମୟ ଭିତରେ ନଦୀରୁ ବାହାରକୁ ଚାଲିଆସୁଛନ୍ତି। ନଦୀ କୂଳରେ ଛିଡ଼ା ହୋଇ ବହୁ ଲୋକ ଏହି ଦୃଶ୍ୟ ଦେଖୁଛନ୍ତି।
ଶୁଭନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ଯଦି ମୁଁ ବିଫଳ ହୁଏ, ତେବେ ଗୋଟିଏ ଜୀବନ ଯିବ। କିନ୍ତୁ ଯଦି ମୁଁ ଫେରେ, ସମସ୍ତ ୧୦ ଜଣଙ୍କୁ ନେଇ ଫେରିବି।’ ଶୁଭନଙ୍କ ଏହି କଥା ସମସ୍ତଙ୍କ ହୃଦୟ ଜିଣିନେଇଛି।



