www.samajalive.in
Sunday, December 7, 2025
15.1 C
Bhubaneswar

ଭାରତୀୟଙ୍କୁ ଏକତା ସୁତ୍ରରେ ବାନ୍ଧିଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ନୂଆଦିଲ୍ଲୀ: ରବିବାର ପ୍ରଧାନମନ୍ତ୍ରୀଙ୍କ ମୋଦି ‘ମନ୍ କି ବାତ’ କାର୍ଯ୍ୟକ୍ରମର ୧୦୯ ତମ ଏପିସୋଡ ।  ଚଳିତ ବର୍ଷ ର ପ୍ରଥମ  ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାମ ମନ୍ଦିର, ନାରୀଶକ୍ତି, ପଦ୍ମ ପୁରସ୍କାର, ଅଙ୍ଗଦାନ ଏବଂ ଗଣତନ୍ତ୍ର ସମ୍ପର୍କରେ ଦେଶବାସୀଙ୍କ ସହ ଆଲୋଚନା କରିଛନ୍ତି । ଏହି ବର୍ଷ ସମ୍ବିଧାନ ଏବଂ ସୁପ୍ରିମକୋର୍ଟ ମଧ୍ୟ ୭୫ ବର୍ଷ ପୂରଣ କରିଛି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଅଯୋଧ୍ୟାର ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କୋଟି କୋଟି ଭାରତୀୟଙ୍କୁ ଏକାଠି କରିପାରିଛି । ପ୍ରଭୁ ରାମଙ୍କ ଶାସନ ଥିଲା ଆମ ସମ୍ବିଧାନ ନିର୍ମାତାମାନଙ୍କ ଲାଗି ପ୍ରେରଣାର ଉତ୍ସ। ସେହି କାରଣରୁ ଜାନୁଆରି ୨୨ ତାରିଖ ଦିନ ମୁଁ ଅଯୋଧ୍ୟାରେ ‘ଦେବରୁ ଦେଶ’ ବୋଲି କହିବା ବେଳେ ‘ରାମରୁ ରାଷ୍ଟ୍ର’ କହିଥିଲି। ସମସ୍ତଙ୍କର ଅନୁଭବ ଥିଲା ଏକ, ସମସ୍ତର ଭକ୍ତି ଥିଲା ଏକ। ପ୍ରତ୍ୟେକଙ୍କ ତୁଣ୍ଡରେ ରାମ ନାମ, ପ୍ରତ୍ୟେକଙ୍କ ହୃଦୟରେ ବିରାଜମାନ କରିଥିଲେ ରାମ।

ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ୨୬ ଜାନୁଆରୀରେ ପ୍ୟାରେଡ୍ ଆଶ୍ଚର୍ଯ୍ୟଜନକ ଥିଲା । ଏଥିରେ ନାରୀଶକ୍ତି ର ପ୍ରତିଫଳନ ଦେଖିବାକୁ ମିଳିଛି । ସେହିପରି ଅର୍ଜୁନ ପୁରସ୍କାରରେ ଅନେକ ପ୍ରତିଭାଶାଳୀ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ଏଥିରେ ମହିଳା ଖେଳାଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଅଙ୍ଗ ଦାନ ଉପରେ ଆଲୋଚନା କରି କହିଛନ୍ତି ଆମ ସମାଜରେ ଏପରି ଅନେକ ଲୋକ ଅଛନ୍ତି । ଯେଉଁମାନେ ନିଜର ମୃତ୍ୟୁ ପରେ ଅଙ୍ଗଦାନ କରୁଛନ୍ତି। ଏହି ନିଷ୍ପତ୍ତି ସହଜ ନୁହେଁ, କିନ୍ତୁ ଅନେକ ଜୀବନ ବଞ୍ଚାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି ।

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories