www.samajalive.in
Sunday, December 7, 2025
23.1 C
Bhubaneswar

ଯୁବତୀଙ୍କ ଚୌକା-ଛକା ଦେଖି ଭାବୁକ ହେଲେ ଆନନ୍ଦ ମହିନ୍ଦ୍ରା, ସେୟାର କଲେ ଭିଡିଓ

ନୂଆଦିଲ୍ଲୀ : ଦେଶର ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ୍ ରୁହନ୍ତି । ଅନେକ ସମୟରେ ସେ ନିଜ ଆକାଉଣ୍ଟରେ ଭିଡିଓ ସେୟାର କରି ଲୋକଙ୍କ ଧ୍ୟାନ ଆକର୍ଷଣ କରନ୍ତି । ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଯୁବତୀ ମିଶି କ୍ରିକେଟ୍ ଖେଳୁଛନ୍ତି । ଏହି ସମୟରେ ଜଣେ ଯୁବତୀ ଲଗାତର ଚୌକା-ଛକା ମାରୁଛନ୍ତି । ଖାଲି ସେତିକି ନୁହେଁ, ଏହି ସମୟରେ ଯୁବତୀଙ୍କ ଫିଲ୍ଡିଂ ଦେଖି ମଧ୍ୟ ଆପଣ ପ୍ରଂଶସା ନକରି ରହିପାରିବେନି ।

 

- Advertisement -

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓକୁ ଆନନ୍ଦ ମହିନ୍ଦ୍ରା ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ପ୍ରାୟ ୧୧ ସେକେଣ୍ଡର ଏହି ଭିଡିଓକୁ ସେୟାର କରିଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ପ୍ରାୟ ୧.୪ ମିଲିୟନ୍ ଲୋକ ଦେଖିସାରିଲେଣି । ୪୯ ହଜାରରୁ ଅଧିକ ଲୋକ ବିଡିଓକୁ ଲାଇକ୍ କରିଛନ୍ତି । କ୍ରିକେଟ୍ ପ୍ରତି ଆମ ଦେଶରେ ଯୁବପିଢିଙ୍କ ମଧ୍ୟରେ ଥିବା ପାଗଳପଣ ଏହି ଭିଡିଓ ଦେଖିଲେ ଆପଣ ଜାଣିପାରିବେ ।

ଭିଡିଓରେ ନଜର ଆସୁଛି କି ଯୁବତୀମାନଙ୍କ ଏକ ଟିମ୍ ପାହାଡ ଉପରେ କ୍ରିକେଟ୍ ଖେଳୁଥିବା ନଜର ଆସୁଛି । ଏହି ସମୟରେ ମ୍ୟାଚ୍ ଦେଖିବା ପାଇଁ ସେଠାରେ ଅନେକ ଲୋକ ବସିଥିବା ନଜର ଆସୁଛନ୍ତି । ଭିଡିଓରେ ଆଗକୁ ଜଣେ ଯୁବତୀ ପ୍ରଫେସନାଲ୍ କ୍ରିକେଟର ଭଳି ସଟ୍ ମାରୁଥିବା ନଜର ଆସୁଛନ୍ତି । ଅନ୍ୟପଟେ ଫିଲ୍ଡିଂ ପାଇଁ ତଳେ ଜଣେ ଖେଳାଳି ଠିଆ ହୋଇଛନ୍ତି ଯିଏ କି ବଲ୍ ଧରିବା ପାଇଁ ଦୌଡୁଥିବା ନଜର ଆସୁଛନ୍ତି । ଭିଡିଓ ଦେଖି ଜଣେ ୟୁଜର ପ୍ରତିକ୍ରିୟାରେ ଲେଖିଛନ୍ତି କି ‘ଖେଳ ପାଇଁ ମନ ସଫା ଥିବା ଦରକାର, ପଡିଆ ନୁହେଁ’ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories