www.samajalive.in
Saturday, December 13, 2025
26.1 C
Bhubaneswar

ବଜ୍ରାଘାତରେ ଚାଷଜମିରେ ଟଳି ପଡ଼ିଲେ ଚାଷୀ

ପିପିଲି: ପିପିଲି ଥାନା କୁଳଶିଖରପାଟଣା ପଞ୍ଚାୟତ ଅନ୍ତର୍ଗତ ମାଳିବରାହୀ ଗ୍ରାମର ଚାଷୀ ସୁରେଶ ରାୟ (୫୩) ସୋମବାର ଅପରାହ୍ନରେ ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସେ କୃଷିକାର୍ଯ୍ୟ ପାଇଁ ନିଜ ବିଲକୁ ଯାଇଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ଅପରାହ୍ନ ପ୍ରାୟ ୩ଟା ବେଳେ ପ୍ରବଳ ବର୍ଷା ପବନ ସହ ହଠାତ ବଜ୍ରପାତ ହେବାରୁ ସୁରେଶ ବଜ୍ରାଘାତର ଶିକାର ହୋଇଥିଲେ। ତାଙ୍କର ପେଟ ଓ ପିଠି ପୋଡ଼ି ଯାଇଥିବାବେଳେ ସେ ହାତରେ ଧରିଥିବା ଛତାଟି ମଧ୍ୟ ସମ୍ପୂର୍ଣ୍ଣଭାବେ ଜଳିଯାଇଛି। ସେ ବିଲମୁଣ୍ଡରେ ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ଖବରପାଇ ପରିବାର ଲୋକେ ସେଠାରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ପତ୍ନୀ ଏ ସମ୍ପର୍କରେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମଙ୍ଗଳବାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories