www.samajalive.in
Friday, December 5, 2025
23.1 C
Bhubaneswar

କାର ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା- ଆନନ୍ଦପୁର ରାଜ୍ୟ ରାଜପଥର ତରାମରା ନିକଟରେ ଶନିବାର ଏକ କାର ଧକ୍କାରେ ଜଣେ ସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଠାକୁରମୁଣ୍ଡା ଥାନା ତରାମରା ଗ୍ରାମର ତ୍ରିଲୋଚନ ଦଳେଇ(୩୦)।

ସୂଚନା ଅନୁଯାୟୀ, ତ୍ରିଲୋଚନ ଘରୁ ସାଇକେଲ ଯୋଗେ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତା କଡରେ ଥିବା ପୋଖରୀକୁ ଶୌଚ ହେବାକୁ ଆସି ଦିନ ପ୍ରାୟ ୧ଟା ସମୟରେ ଘରକୁ ଫେରୁଥିଲେ। ଏହି ସମୟରେ ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର ସାଇକେଲକୁ ପଛ ପଟରୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସୂଚନା ପାଇ ଅଗ୍ନିଶମ ବିଭାଗ ଗାଡି ଘଟଣାସ୍ଥଳରେ ପହଞ୍ଚି ତ୍ରିଲୋଚନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଠାକୁରମୁଣ୍ଡା ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଚଳାଇଛି।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories