www.samajalive.in
Thursday, December 11, 2025
18.1 C
Bhubaneswar

୧୦ ବର୍ଷରେ ସମୁଦ୍ରରେ ବୁଡିବା ଚେତାବନୀ ସତ୍ତ୍ବେ ୩ କୋଟି ଦେଇ କିଣିଲେ ଘର, କହିଲେ ଏମିତି…

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ନିଜ ସ୍ବପ୍ନର ଘର କିଣିବା ପାଇଁ ୩ କୋଟିରୁ ଅଧିକ ନିବେଶ କରିଛନ୍ତି । ତା ପୁଣି ଏକ ଚେତାବନୀ ସତ୍ତ୍ବେ । ଡେଭିଟ୍ ମୁଟ୍ ନାମକ ଏହି ବ୍ୟକ୍ତି ମୈସାଚୁସେଟ୍ସ କୂଳରେ ଏକ ଘର କିଣିଛନ୍ତି । ସାଗର କୂଳରେ ସ୍ଥିତ ଏହି ଘର ଆଗାମୀ ୧୦ ବର୍ଷରେ ଭାସିଯିବ ବୋଲି ତାଙ୍କୁ ଚେତାବନୀ ଦିଆଯିବା ପରେ ମଧ୍ୟ ସେ ଘରଟି କିଣିଛନ୍ତି । ସେ କହିଛନ୍ତି କି ଭବିଷ୍ୟତ ସମ୍ପର୍କରେ ଚିନ୍ତା କରିବା ପାଇଁ ଜୀବନ ବହୁତ ଛୋଟ ।

୫୯ ବର୍ଷୀୟ ଡେଭିଟ୍ ଅନେକ ବର୍ଷ ହେବ ସମୁଦ୍ର କୂଳରେ ଏକ କିଣିବା ପାଇଁ ଚାହୁଁଥିଲେ । ଅନେକ ଦିନ ପରେ ସେ ଏକ ବିଶାଳ ୩ ବେଡରୁମ୍ ବିଶିଷ୍ଟ ଘର ସମ୍ପର୍କରେ ଜାଣିବାକୁ ପାଇଲେ ଯାହାର ଦାମ୍ ୩ କୋଟି ଟଙ୍କା ଥିଲା । କିନ୍ତୁ ଏହା ସମୁଦ୍ରଠୁ ମାତ୍ର ୨୫ ଫୁଟ ଦୂରରେ । ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ପ୍ରତି ବର୍ଷ ସମୁଦ୍ର ୩ ଫୁଟ ଆଗକୁ ମାଡିଆସୁଛି । ପ୍ରାୟ ୧୦ ବର୍ଷ ମଧ୍ୟରେ ଘରଟି ସମୁଦ୍ରରେ ଲୀନ ହୋଇଯିବ ଜାଣି ଡେଭିଟ୍ ସେ ଘର କିଣିଛନ୍ତି । ତାଙ୍କ କହିବାନୁସାରେ ଭବିଷ୍ୟତରେ ଯାହା ହେବ ଦେଖାଯିବ, କିନ୍ତୁ ଏହି ୧୦ ବର୍ଷ ଭିତରେ ସେ ନିଜ ସ୍ବପ୍ନକୁ ପୁରା କରିବେ ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories