www.samajalive.in
Saturday, December 6, 2025
19.1 C
Bhubaneswar

ମମିତା ହତ୍ୟା ମାମଲାର ପୁଣି ସିବିଆଇ ତଦନ୍ତ ଦାବି

କଣ୍ଟାବାଞ୍ଜି: ବହୁ ଚର୍ଚ୍ଚିତ ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ ଇଂରାଜୀ ମିଡିୟମ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ପୁଣି ଥରେ ସିବିଆଇ ତଦନ୍ତ ଦାବି ଉଠିଛି। ମମିତାଙ୍କ ପରିବାର ପକ୍ଷରୁ ରବିବାର ଏହି ଦାବି କରାଯାଇଛି। ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ରବିବାର ମମିତାଙ୍କ ପରିବାରକୁ ଭେଟିଥିଲେ। ଝରନୀସ୍ଥିତ ମମିତାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ।

ଏହି ସମୟରେ ମମିତାଙ୍କ ମା’ବାପା ବିଧାୟକଙ୍କୁ ନେହୁରା ହୋଇ ମାମଲାର ସିବିଆଇ ତଦନ୍ତ କରିବାକୁ କହିଛନ୍ତି। ସେମାନେ କହିଥିଲେ ଯେ, ଆମକୁ ଏଯାଏ ନ୍ୟାୟ ମିଳିଲା ନାହିଁ। ପୂର୍ବରୁ ଅନେକ ଥର ସିବିଆଇ ତଦନ୍ତ ଦାବି କରି ନିରାଶ ହୋଇଛୁ। ସିବିଆଇ ତଦନ୍ତ କରାଗଲେ ହିଁ ପ୍ରକୃତ ଦୋଷୀ ଧରାପଡ଼ିବେ। ପରିବାର ଲୋକଙ୍କ କଥା ଶୁଣି ବିଧାୟକ ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ। ସିବିଆଇ ତଦନ୍ତ ନେଇ ସେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି କହିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories