www.samajalive.in
Saturday, December 6, 2025
19.1 C
Bhubaneswar

ଇଣ୍ଡି ମେଣ୍ଟ ମଙ୍ଗ ଧରିବେ ମମତା ! ସହଯୋଗୀ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡି ମେଣ୍ଟର ମଙ୍ଗ ଧରିବାକୁ ଇଚ୍ଛୁକ ଥିବା ନେଇ ପ୍ରକାଶ କରିବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ଇଣ୍ଡି ମେଣ୍ଟର ପ୍ରମୁଖ ସହଯୋଗୀ କଂଗ୍ରେସ, ଆରଜେଡି, ସମାଜବାଦୀ ପାର୍ଟି ଏବଂ ଶିବସେନା ୟୁବିଟି ନେତାମାନେ ମମତାଙ୍କ ମନ୍ତବ୍ୟ ଉପରେ ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଂଗ୍ରେସ ସାଂସଦ ଇମରାନ ମସୁଦ କହିଛନ୍ତି ଯେ, ମମତା ଜଣେ ବଡ଼ ନେତା। କିନ୍ତୁ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ କେହି ଦେଶର ନେତୃତ୍ଵ ​‌ନେବାର ସ୍ଥିତିରେ ନାହାନ୍ତି।

ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଗତ ଶୁକ୍ରବାର ଇଣ୍ଡି ମେଣ୍ଟର ନେତୃତ୍ଵ ନେବା କଥା କହିଥିଲେ। ନିକଟରେ ହୋଇଥିବା ନିର୍ବାଚନଗୁଡ଼ିକରେ ମେଣ୍ଟର ପ୍ରଦର୍ଶନ ଉପରେ ସେ ନିରାଶା ବ୍ୟକ୍ତ କରିବା ସହିତ ନିଜେ ମଙ୍ଗ ଧରିବାକୁ ପ୍ରସ୍ତୁତ ଥିବା କହିଥିଲେ।

- Advertisement -

ମମତାଙ୍କ ଏପରି ମନ୍ତବ୍ୟ ପରେ କଂଗ୍ରେସ ସାଂସଦ ବର୍ଷା ଗାଏକଓ୍ବାଡ କହିଛନ୍ତି, ମମତାଙ୍କୁ ଏପରି ଲାଗୁଛି, କିନ୍ତୁ ଆମକୁ ସେପରି କିଛି ଲାଗୁନାହିଁ। ଆଲୋଚନା କରିବା। ତାଙ୍କ କଥାରେ ତାଙ୍କ ଦଳ ଚାଲୁଛି। ଆମେ ତ କଂଗ୍ରେସ କଥାରେ ଚାଲୁଛୁ।

ଅନ୍ୟପଟେ ବାମଦଳ ବି କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଛି। ବାମ ଦଳ ନେତା ଡି. ରାଜା କହିଛନ୍ତି, କଂଗ୍ରେସକୁ ଆତ୍ମଚିନ୍ତନ କରିବା ଜରୁରୀ। ବର୍ତ୍ତମାନର ପରିସ୍ଥିତିରେ ଇଣ୍ଡି ମେଣ୍ଟର ବୈଠକ ହେବା ଜରୁରୀ। ହରିୟାଣା ଏବଂ ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସ ମେଣ୍ଟର ସହଯୋଗୀ ଦଳଗୁଡ଼ିକ କଥା ଶୁଣିଲା ନାହିଁ। ସହଯୋଗୀ ଦଳଗୁଡ଼ିକର କଥା ଶୁଣିଥିଲେ ଲୋକସଭା ଏବଂ ହରିୟାଣା-ମହାରାଷ୍ଟ୍ର ନିର୍ବାଚନ​‌ର ଫଳାଫଳ ଭିନ୍ନ ହୋଇଥାଆନ୍ତା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories