www.samajalive.in
Monday, December 8, 2025
24.1 C
Bhubaneswar

ଧାରଣାରେ ବସିବେ ମମତା

କୋଲକାତା .- ତୃଣମୂଳ କଂଗ୍ରେସର କର୍ମକର୍ତ୍ତାଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଅଭିଯୋଗ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିବେ ବୋଲି କହିଛନ୍ତି । ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ଦିନ ସେ ଧାରଣାରେ ବସିବେ ବୋଲି କହିଛନ୍ତି । ପୂର୍ବରୁ ସେ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ବୋଲି ସୂଚନା ଦେଇଥିଲେ । ଏବେ ଏଥିରୁ ସେ ଓହରି ଯାଇଛନ୍ତି । ଲୋକସଭା ନିର୍ବାଚନ ଫଳା ଫଳ ଘୋଷଣା ପରେ ମମତାଙ୍କୁ ଝଟକାପରେ ଝଟକା ଲାଗୁଛି । ପୂର୍ବରୁ ଅନେକ ବିଧାୟକ ଓ କାଉନସିଲର ବିଜେପିରେ ଯୋଗଦେଇଥିବାବେଳେ ବୁଧବାରରେ ପୁଣି ଜଣେ ସଂଖ୍ୟାଲଘୁ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି ।

ଗୁରୁବାରରେ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ପୁଣି ଥରେ ଶପଥ ଗ୍ରହଣ କରୁଥିବା ବେଳେ ,ମମତା ଏହି ଉତ୍ସବରେ ଯୋଗଦେବେ ନାହିଁ ବୋଲି କହିଛନ୍ତି । ତୃଣମୂଳ କଂଗ୍ରେସର କର୍ମକର୍ତ୍ତାଙ୍କ ବିରୋଧରେ ହିଂସା ହେଉଥିବା ଅଭିଯୋଗରେ ନୌହାଟୀ ନଗରପାଳିକାର କାର୍ଯ୍ୟାଳୟ ବାହାରେ ମମତା ବାନାର୍ଜୀ ଧାରଣରେ ବସିବେ । ଏହି ନଗରପାଳିକାର ୩୧ ଜଣ ସଦସ୍ୟଙ୍କ ମଧ୍ୟରୁ ୨୯ ଜଣ ବିଜେପିରେ ଯୋଗଦେଇଛନ୍ତି ।

- Advertisement -

ତୃଣମୂଳ କଂଗ୍ରେସର ଜଣେ ନେତା ବିଜେପିର କାର୍ଯ୍ୟକର୍ତ୍ତା ତାଙ୍କ ଦଳର ସଦସ୍ୟଙ୍କ ଉପରେ ଆକ୍ରମଣ କରୁଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ବିଜେପି ପକ୍ଷରୁ ଦଳର ୫୪ଜଣ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଥିଲା । ମମତା ଏହାକୁ ମିଛ ବୋଲି କହିଥିଲେ । ମଙ୍ଗଳବାରରେ ସେ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ବୋଲି ସୂଚନା ଦେଇଥିଲେ । ଏବେ ନୌହାଟୀ ନଗରପାଳିକା ବିଜେପି ଅଧିନକୁ ଆସିଯାଇଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories