ମାଲକାନଗିରି: ଚୋରା ଗଞ୍ଜେଇ ଚାଲାଣରେ ସମ୍ପୃକ୍ତି ନେଇ ମାଲକାନଗିରି ପୁଲିସ ଜଣେ ଏଏସଆଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ କର୍ତ୍ତନପାଲି ଫୀଣ୍ଡିରେ କାର୍ଯ୍ୟରତ ଏଏସଆଇ ଜୟଦାଶ ଖରା ଦୀର୍ଘଦିନ ହେବ ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥାଇ ବାହାର ରାଜ୍ୟର ଗଞ୍ଜେଇ ମାଫିଆଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ଗଞ୍ଜେଇ ଚାଲାଣରେ ସହଯୋଗ କରୁଥିଲା। ଏଥିନେଇ ପୁଲିସର ଏକ ସ୍ବତନ୍ତ୍ର ଟିମ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦି ମାଲକାନଗିରି ଏସଡିପିଓଙ୍କ ନେତୃତ୍ୱରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ତେବେ ଶ୍ରୀ ଖରା ଗଞ୍ଜେଇ ମାଫିଆଙ୍କ ସହ ଏକ ଗାଡିରେ ସୀମାନ୍ତ ଛତିଶଗଡକୁ ଚାଲାଣ କରୁଥିବା ବେଳେ ତାଙ୍କୁ ଗିରଫ କରିଥିଲେ।
Popular Categories



