www.samajalive.in
Saturday, December 6, 2025
16.1 C
Bhubaneswar

ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରି ହରଡ଼ଘଣାରେ ପ୍ରଧାନଶିକ୍ଷୟିତ୍ରୀ

ମାଲକାନଗିରି: କେନ୍ଦ୍ର ତଥା ରାଜ୍ୟ ସରକାର ଆଦିବାସୀ ତଥା ପଛୁଆ ଅଂଚଳମାନଙ୍କର ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରି କରିଛନ୍ତିl ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଠ ପଢିବା ନିମନ୍ତେ ଛାତ୍ରାବାସର ବ୍ୟବସ୍ଥା ସହ ପୋଷାକ, ଖାଦ୍ୟ, ପାଠ୍ୟ ଉପକ୍ରମ ସମସ୍ତ ବ୍ୟବସ୍ଥା କରାଯାଉଛିl ତେବେ କିଛି ଅସାଧୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଏହି ଯୋଜନା ବାଟମାରଣା ହେଉଥିବା ଅଭିଯୋଗ ହୋଇଛିl

ଗତ କିଛିଦିନ ଧରି ସିନ୍ଧ୍ରିମାଳ ଗ୍ରାମ ପଂଚାୟତ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ ଘଟଣା ଦୈନିକ ‘ସମାଜ’ରେ ପ୍ରକାଶ ପାଇବା ପରେ ଅଗଷ୍ଟ ୬ ତାରିଖ ଶୁକ୍ରବାର ଦିନ ମାଲକାନଗିରି ବ୍ଲକ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ବେହେରାଙ୍କ ସହ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋଭ ରଂଜନ ମାଳି ଏହି ବିଦ୍ୟାଳୟ ଗସ୍ତ କରି ତଦନ୍ତ ଆରମ୍ଭ କରିଥିଲେl ଏହି ଅଂଚଳରେ ଆସି ପଚାରି ବୁଝିବା ପରେ ପ୍ରକୃତ ତଥ୍ୟ ସାମନାକୁ ଆସିଥିଲ।l ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ ଘଟଣା ସତ୍ୟ ବୋଲି ସେ ପ୍ରକାଶ କରିଛନ୍ତିl ଶନିବାର ଦିନ ସମସ୍ତ ଛାତ୍ରୀଙ୍କ ମତାମତକୁ ଆଧାର କରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିବେ ବୋଲି ସେ ପ୍ରକାଶ କରିଛନ୍ତିl

- Advertisement -

ପରବର୍ତ୍ତୀ ସମୟରେ ଏହି ରିପୋର୍ଟ ଆଧାରରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ପ୍ରକାଶ କରିଛନ୍ତିl ସୂଚନାଯୋଗ୍ୟ ଯେ, ମାଲାକନଗିରି ଭଳି ଆଦିବାସୀ ଅଧ୍ୟୁସିତ ପଛୁଆ ଅଂଚଳରେ ଛାତ୍ରଛାତ୍ରୀଙ୍କ ବିକାଶ ନିମନ୍ତେ କେନ୍ଦ୍ର ତଥା ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତିl ସପ୍ତମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ପାଠ ଛାଡି ଦେଉଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ସ୍ଥାପନ କରାଯାଇଛିl ଏହି ବିଦ୍ୟାଳୟରେ ଅଧିକାଂଶ ଛାତ୍ରୀ ଅତି ଗରୀବ ସୀମାରେଖା ତଳେ ରହିଥିବା ଜଣାପଡିଛିl ତେବେ ଏହି ଛାତ୍ରୀଙ୍କ ଠାରୁ ବିଦ୍ୟାଳୟ ଉନ୍ନତିକରଣ ନିମନ୍ତେ ସାର୍ଟିଫିକେଟ ଦେବା ବଦଳରେ ୧୦୦୦ ରୁ ୧୫୦୦ ଟଙ୍କା ଆଦାୟ କରିବା କେତେଦୂର ଯୁକ୍ତି ଯୁକ୍ତ ବୋଲି ସାଧାରଣରେ ଆଲୋଚନା ହୋଇଛିl ସମ୍ପୃକ୍ତ ଶିକ୍ଷୟିତ୍ରୀ ପ୍ରତିମା ନାୟକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛିl

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories