www.samajalive.in
Sunday, December 7, 2025
14.1 C
Bhubaneswar

‘ପେଥାଇ’ ବାତ୍ୟା ପାଇଁ ପ୍ରଶାସନ ସଜାଗ, ଚାଷୀ ଆତଙ୍କିତ

ମାଲକାନଗିରି : ଆନ୍ଧ୍ରପ୍ରଦେଶ ଆଡୁ ମାଡି ଆସୁଛି ବାତ୍ୟା ପାଥୋଇା ଉତରପୂର୍ବ ବଙ୍ଗୋପ ସାଗରରେ ଡିପ୍‍ ଡିପ୍ରେସନ୍‍ ଚେନ୍ନଇ ଠାରୁ ଦକ୍ଷିଣ ପୂର୍ବରୁ ୭୩୦ କିମି ଦୂରରେ ଡିପ୍‍ ଡିପ୍ରେସନ ଥିବା ବେଳେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘୁର୍ଣି ଝଡରେ ପରିଣତ ହୋଇ ୨୪ ଘଣ୍ଟା ମଧ୍ୟରେ ସିଭିୟର ସାଇକୋନିକ ଷ୍ଟର୍ମର ରୂପ ନେବ ଏବଂ ମାଲାକନଗିରି ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶର ଅଙ୍ଗୋଲ ଓ କାକିନାଡା ମଧ୍ୟରେ ଆଗାମୀ ୧୭ ତାରିଖରେ ସ୍ଥଳ ଭାଗକୁ ଛୁଇଁବ। ଯାହା ଫଳରେ ଆସନ୍ତା ସୋମବାର ଦିନ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ଏହାର ପ୍ରୂଭାବ ଦେଖିବାକୁ ମିଳିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଆନ୍ଧ୍ର ସିମାନ୍ତବର୍ତୀ ମାଲକାନଗିରିରେ ଏହି ଝଡର ପ୍ରଭାବ ଦେଖିବାକୁ ମିଳିବା ତେଣୁ ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷପ ନିଆଯାଇଥିବା  ବେଳେବିଶେଷକରି ମଣ୍ଡିରେ ଧାନ କିଭଳି ସୁର କ୍ଷିତ ରହିବ ସେଥିପାଇଁ ଜିଲ୍ଲା କୃଷି ନିର୍ଦେଶକଙ୍କୁ ଆଦେଶ ଦିଆ ଯାଇଛିା ପାଲ ଜରିଆରେ ମଣ୍ଡିରେ ଧାନକୁ ସୁରକ୍ଷାରେ  ରଖିବା ସହ ଆଗାମୀ ୧୬, ୧୭, ଓ ୧୮ ତିନିଦିନ ଧରି ସମସ୍ତ ମାଣ୍ଡି ବନ୍ଦ ରଖିବାକୁ କୁହା ଯାଇଛିା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ସୂଚନା ଅନୁ ଯାୀୟୀ ମାଲକାନଗିରି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରଶାସନ ପ କ୍ଷ୍ରୁ ସମସ୍ତ ଉଦ୍ୟମ ଜାରି ରହିଛି ଓ ବହୁ ପଦ କ୍ଷେପ ନିଆ ଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତିା ମୋଟ ୨୧ଟି କେନ୍ଦ୍ରରେ ବାତ୍‍୍ୟା ଆଶ୍ରୟ ସ୍ଥଳ ଖୋଲା ଯାଇଥିବା ବେଳେ ଏଠାରେ ଚାଉଳ, କିରାସିନି ଆଦି ସାମଗ୍ରୀ ମହଜୁଦ ହୋଇଛିା ସେହିପରି ୧୭ ମଲ୍ଟି ପର୍ପଜ୍‍ ସେଂଟର ଖୋଲା ଯିବା ପାଇଁ ନିଷ୍ପତି ନିଆ ଯାଇଛିା ଏଠାରେ ସ୍ୱତନ୍ତ୍ର ଅଧିକାରୀ ମାନେ ନିୟୋଜିତ ରହି ବାତ୍ୟା ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବେ। ସେହିପରି ବିଛିନ୍ନାଂଚଳରେ ୨୮ଟି ମୋଟର ବୋଟ ଓ ଲଂଚ ଗୁଡିକୁ ମଧ୍ୟ ଆଗୁଆ ରଖା ଯାଇଛିା ସମସ୍ତ ଲଂଚ ଘାଟ ଗୁଡିକରେ ମଧ୍ୟ ବୋଟ ଗୁଡିକ ରଖା ଯାଇଛିା ଅନ୍ୟ ପ କ୍ଷରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳ ରାଲେଗେଡା, ପଣସପୁଟ, ପାପରମେଟଲା, କାଲିମେଳା ବ୍ଲକର ଉଣ୍ଡ୍ରୁକୋଣ୍ଡା, କାଙ୍ଗୁରୁକୋଣ୍ଡା, ମୋଟୁ, ଖଇରପୁଟ ବ୍ଲକର ମୁଦୁଲିପଡା, ଡୁରାଲ, ବଡପଦର ସେହିପରି ପଡିଆ ବ୍ଲକର ମହାରାଜପାଲ୍ଲୀ, ମୋଟୁ ଓ ପଡିଆ ପ୍ରଭୃତି ସ୍ଥାନରେ ମଧ୍ୟ ବାତ୍ୟା ନିୟନ୍ତ୍ରଣ କ କ୍ଷ କରା ଯାଇଛି ଏବଂ ଖାଦ୍ୟ ସାମଗ୍ରୀ ମହଜୁଦ ରଖା ଯାଇଛିା। ଜିଲ୍ଲା ଜରୁରୀକାଳୀନ କା ର୍ଯ୍ୟାଳୟରେ ୨୪ ଙ୍ଘ ୭ ନିୟନ୍ତ୍ରଣ କ କ୍ଷ ରହିଥିବା ବେଳେ ସବୁ ତହସିଲ ଯଥା କାଲିମେଳା, ମାଥିଲି, ମୋଟୁ, ଖଇରପୁଟ, ଚିତ୍ରକୋଣ୍ଡା, କୁଡୁମୁଲୁଗୁମ୍ମା, ମାଲକାନଗିରି ତହସିଲଦାର ଓ ଆର୍‍.ଆଇ. ଙ୍କୁ ନେଇ ସ୍ୱତନ୍ତ୍ର ହ୍ୱାଟସପ୍‍ ଜରିଆରେ ସୂଚନା ଆଦାନପ୍ରଦାନ କରିବା ପାଇଁ କୁହା ଯାଇଛି ଓ ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦିଆ ଯାଇଛିା ଆବଶ୍ୟକ ସ୍ଥଳେ ଓଡ୍ରାପ୍‍ ଟିମ୍‍ କୁ ମଧ୍ୟ ନିୟୋଜିତ କରା ଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories