www.samajalive.in
Saturday, December 6, 2025
26.1 C
Bhubaneswar

ତମାଖୁ ମୁକ୍ତ ଯୁବ ଅଭିଯାନ: ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା

ମାଲକାନଗିରି: ମାଲକାନଗିରି ଜିଲା ସ୍ୱାସ୍ଥ୍ୟ ସମିତି ତରଫରୁ ଏକ ଦିବସୀୟ ତମାଖୁ ମୁକ୍ତ ଯୁବ ଅଭିଯାନ ଓ ସଚେତନ ସଭା ସହିତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ରୂପେ ଡାକ୍ତର ମହମ୍ମଦ ଅମିଦ ହୁସେନ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ତମାଖୁରୁ ଦୂରେଇ ରହି ନିଜ ଜୀବନକୁ ସୁଖ ସମୃଦ୍ଧ କରିବା ପାଇଁ ଉପଦେଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରରେ ରହି ନିଜର ଜୀବନକୁ ସୁନ୍ଦରମୟ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ବରିଷ୍ଠ ପ୍ରାଧ୍ୟାପକ ଅଶୋକ କୁମାର ଷଡ଼ଙ୍ଗୀ, ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ ଉପସ୍ଥିତ ରହି ଛାତ୍ରଛାତ୍ରୀ ଏବଂ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ସଂଯୋଜନା ସହିତ ମଞ୍ଚ ପରିଚାଳନା କରିଥିଲେ। ବକ୍ତୃତା ପ୍ରତିଯୋଗିତାରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଛ।ତ୍ର ସୁମିତ ହନ୍ତାଳ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମାଲକାନଗିରି ମହାବିଦ୍ୟାଳୟର ବର୍ଷା ବଚ୍ଚନିକା ବିଜୟଲକ୍ଷ୍ମୀ ଦ୍ବିତୀୟ ଏବଂ ବିବେକାନନ୍ଦ ମହାବିଦ୍ୟାଳୟର ଛାତ୍ରୀ କୋଏଲ ବରୋଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଏମ.ଡି ଜୁନେଫ, ବିଶ୍ୱ ରଞ୍ଜନ ଧଳ, ଜ୍ୟୋତ୍ସ୍ନାରାଣୀ ସାହୁ, କବିତା ଚାଲାଣ, ଟଙ୍କଧର ଦଳେଇ, ଅଜିତ କୁମାର କବାସୀ, ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ମାନପତ୍ର ଗ୍ରହଣ କରିଥିଲେ। ଶିବ ସୁନ୍ଦର ପାଣିଗ୍ରାହୀ, ସଂଯୋଜକ ଅତିଥିଙ୍କୁ ସ୍ବାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ। ବିଚାରକ ମଣ୍ଡଳୀ ଭାବରେ ତପନ କୁମାର ବେହେରା, ସୁଶାନ୍ତ କୁମାର ମାଝୀ, ଲିପ୍ସାରାଣୀ ନାୟକ, ଗୌତମ ନାୟକ, ମୁରଲୀ ମାଝୀ, ଶ୍ରୀକାନ୍ତ ସାମଲ, ପ୍ରମୀୟ କୁମାର ମହାନ୍ତି, ପ୍ରେମରେଖା ଭତ୍ରା, ଡ଼ଃ.କୁଞ୍ଚନ ରାୟ, ଆରତୀ ଲୁଗୁନ, ଦିପ୍ତୀରେଖା ମିଶ୍ର, ପ୍ରମୋଦ କୁମାର ପରିଡା, ଆର. କ୍ରାନ୍ତି ସାଗର ଉପସ୍ଥିତ ରହି ନିର୍ଣ୍ଣାୟକ ଭୂମିକା ଗ୍ରହଣ ଥିଲେ। ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ନେତୃତ୍ୱରେ ଏକ ଶପଥ ପାଠ କରାଯାଇଥିଲା। ସଭା ଶେଷରେ ଅଧ୍ୟାପକ ପ୍ରମୀୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories