www.samajalive.in
Thursday, December 11, 2025
14.1 C
Bhubaneswar

ଚନ୍ଦ୍ରଯାନ-୩ର ସଫଳତା ପାଇଁ ପୂଜାର୍ଚ୍ଚନା 

ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟ ପ୍ରାଙ୍ଗଣରେ ଚନ୍ଦ୍ରଯାନ-୩ର ସଫଳତା କାମନା କରି ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ରଞ୍ଜନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ପୂଜାର୍ଚ୍ଚନା କରାଯାଇଛି। ପ୍ରଥମେ ବିଘ୍ନନାଶକ ଶ୍ରୀଗଣପତିଙ୍କ ଫଟୋରେ ପୂଜାର୍ଚ୍ଚନା ସହ ଦୀପ ପ୍ରଜ୍ବଳନ କରି ସଫଳତା କାମନା କରାଯାଇଥିଲା। ଏଥିରେ ୭୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରାର୍ଥନା କରିବା ସହିତ ଚନ୍ଦ୍ରଯାନ-୩ର ସଫଳତା କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗର ମୁଖ୍ୟ ନମିତା ଦଣ୍ଡସେନା ମୁଖ୍ୟ ବକ୍ତା ରୂପେ ଯୋଗଦାନ କରି ଚନ୍ଦ୍ରଯାନର ଅବତରଣ ଓ ପିଲାମାନଙ୍କୁ ଆଜି ଦିନର ଐତିହାସିକ ଗୌରବ ବିଷୟରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ସଂସ୍ଥା ଯୋଜନା ଅଧିକାରୀ ପ୍ରେମ ରେଖା ଭତ୍ରା, ପ୍ରମେୟ କୁମାର ମହାନ୍ତି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ବର୍ଷା ବିଜୟନୀ ପ୍ରିୟଦର୍ଶିନୀ ବଳ ଏବଂ ଅନୁସ୍ମିତା ଖରା, ରାଜା ପ୍ରଧାନ, ରିଙ୍କୁ ସମରଥ, ଭଗବତୀ ମଣ୍ଡଳ, ସତ୍ୟଜିତ ଗୌଡ଼ ପିଲାମାନଙ୍କୁ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ନିଜର ମତ ରଖି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପିକା, ଅଧ୍ୟାପକ, ଅଣଶିକ୍ଷକ କର୍ମଚାରୀ, ବୁଦ୍ଧିଜୀବୀ ଏବଂ ସାମ୍ବାଦିକମାନେ ଯୋଗଦାନ କରିଥିଲେ। ସଭା ଶେଷରେ ଓଡ଼ିଆ ଅଧ୍ୟାପକ ଟୁକୁନା ବଡୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories