www.samajalive.in
Monday, December 8, 2025
14.1 C
Bhubaneswar

ବଣ୍ଡାଘାଟିରେ ୭ ଶହ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅଣ୍ଡରାହଲ ବିଏସଏଫ କ୍ୟାମ୍ପରେ ଆଜି ଏକ ସଭାରେ ୭ ଶହରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ଆଜି ଘର ବାହୁଡା କାର୍ଯ୍ୟକ୍ରମରେ ସେମାନଙ୍କୁ ପୁରସ୍କାର ସହ ମୁଖ୍ୟସ୍ରୋତରେ ସାମିଲ ହେଲେ କେଉଁ ଉପକାରିତା ରହିଛି ସେ ସମ୍ପର୍କରେ ବୁଝାଯାଇଥିଲା। ଏହି ସଭାରେ ଦକ୍ଷିଣ ପଶ୍ଚିମଞ୍ଚଳ ପୁଲିସ ଡିଆଇଜି ରାଜେଶ ପଣ୍ଡିତ, ବିଏସଏଫ ଡିଆଇଜି ମଦନ ଓ ପୁଲିସ ଏସପି ପ୍ରମୁଖ ଉପସ୍ଥିତ ଥୁଲେ। ଏହି ଅବସରରେ ସେମାନଙ୍କୁ ଗାମୁଛା, ଭଲିବଲ, କ୍ରିକେଟ ଉପକରଣ ଓ ମହିଳାମାନଙ୍କୁ ଶାଢ଼ୀ ଆଦି ବଣ୍ଟା ଯାଇଥିଲା। ଏହି ସଭାରେ ଖଇରପୁଟ ବ୍ଲକ ଅଧକ୍ଷ ବିଘ୍ନ କିର୍ଶନୀ ଓ ଅଣ୍ଡରାହାଲ ସରପଞ୍ଚ ଆଦି ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ବଣ୍ଡାଘାଟିର ପାହାଡ଼ ଶିଖରରେ ଏତେ ସଂଖ୍ୟକ ଲୋକ ପୁଲିସ ସହ ଏକାଠି ହୋଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories