ଭୁଶୁଡ଼ୁଛି ଲାଲଗଡ଼ : ୫ ବର୍ଷରେ ୧୦ ବଡ଼ ମାଓ ନେତା ନିପାତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶର ୩୦ରୁ ଊର୍ଦ୍ଧ୍ବ ଜିଲାରେ ମାଓବାଦୀଙ୍କ ପ୍ରଭାବ ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଓ ଦମନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାର ମାଲକାନଗିରି ଓ କୋରାପୁଟ ଜିଲାରେ ମାଓବାଦୀ ସମ୍ପୂର୍ଣ୍ଣ ଲୋପ ପାଇଛନ୍ତି। ଛତିଶଗଡ଼଼ ଦାନ୍ତେୱାଡା, ବସ୍ତର, ବିଜାପୁର, ସୁକୁମା, କାଙ୍କେର ଅଞ୍ଚଳରେ ୩ ହଜାରରୁ ଊର୍ଦ୍ଧ୍ବ ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତିା ଦମନ ପାଇଁ ୧୦ ହଜାରରୁ ଊର୍ଦ୍ଧ୍ବ ଅର୍ଦ୍ଧ ସାମରିକ ବାହିନୀ ସିଆର୍‌ପିଏଫ୍‌, ଡିଆର୍‌ଜିଙ୍କୁ ସେହି ଅଞ୍ଚଳରେ ମୁତୟନ କରାଯାଇଛିା ସ୍ୱତନ୍ତ୍ର ରଣନୀତିରେ ମାଓଗଡ଼଼କୁ ଧ୍ୱଂସ କରାଯାଉଛିା ବର୍ଷକ ମଧ୍ୟରେ ପୁଲିସ ଗୁଳିରେ ୫୦ରୁ ଊର୍ଦ୍ଧ୍ବ ମାଓବାଦୀ ନିପାତ ହୋଇଛନ୍ତି। ମାଓ ନେତା ରାମକ୍ରିଷ୍ଣା, ଚେଲା ରାମଚନ୍ଦ୍ର, ସିଧାୟା ଓ ଗତ ସପ୍ତାହକ ମଧ୍ୟରେ ଦାମୋଦର ଓ ଚଲପତି ନିପାତ ହୋଇଛନ୍ତି।
ସ୍ୱତନ୍ତ୍ର ଦଣ୍ଡକାରଣ୍ୟ ମାଓବାଦୀମାନେ ଯେଉଁ ମାଓ ସଙ୍ଗଠନ ରହିଛନ୍ତି; ତାହା ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛିା ଆଦିବାସୀଙ୍କ ଠାରୁ ନିଜର ସମର୍ଥନ ହରାଇଛନ୍ତି। ଗତ ପାଞ୍ଚବର୍ଷ ମଧ୍ୟରେ ୩ ହଜାରରୁ ଊର୍ଦ୍ଧ୍ବ ମାଓ ହିଂସାକାଣ୍ଡ ଛତିଶଗଡ଼଼, ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ର, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଅଞ୍ଚଳରେ ହୋଇଛି। ସେହିସବୁ ଅଞ୍ଚଳରେ ୨୦ ବାଟାଲିଅନ ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରାଯାଇଛିା କେନ୍ଦ୍ର ରାଜକୋଷରୁ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବାର୍ଷିକ ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଥିବା ଏକ ଆକଳନରୁ ଜଣାପଡ଼ିଛିା ୫ ବର୍ଷରେ ୧୦ ବଡ଼ ମାଓନେତା ନିପାତ ହୋଇଛନ୍ତି।
ମାଓ ଦମନ ସହ ବିକାଶ ପ୍ରକ୍ରିୟା ପରେ ସମ୍ପୂର୍ଣ୍ଣ ମାଓଗଡ଼଼ ଭୁଶୁଡ଼ି ପଡ଼ିଛିା ଓଡ଼ିଶାରେ ମାଓ ହିଂସା ଲୋପ ପାଇଛି। ମାଓ ସଙ୍ଗଠନ ମଧ୍ୟ ଓଡ଼ିଶା ଛାଡି ଅନ୍ୟ ରାଜ୍ୟକୁ ପଳାୟନ କରିଛି। ସୁଧୀର ଭଳି ବହୁ ନେତା ଆତ୍ମସମର୍ପଣ କରିସାରିଛନ୍ତି। ଛତିଶଗଡ଼଼ ଏବଂ ଓଡ଼ିଶାରେ ଗତ ଦୁଇବର୍ଷରେ ୧୭୦୦ ଦୁର୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତିା ବର୍ତ୍ତମାନ ଆନ୍ଧ୍ର ମାଓବାଦୀମାନେ ଛତିଶଗଡ଼଼, ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ବରିଷ୍ଠ ପଦପଦବୀରେ ରହି ସଙ୍ଗଠନକୁ ନିୟନ୍ତ୍ରଣ କରୁଛନ୍ତି। କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ପୁଲିସ ଗୁଳିରେ ମୃତ୍ୟୁ ଓ ଆତ୍ମସମର୍ପଣ ପରେ ମାଓ ସଙ୍ଗଠନର ମଙ୍ଗ ଧରିବା ପାଇଁ ଆଉ ନେତା ମିଳୁନାହାନ୍ତି। ଆଗାମୀ ଦିନ ପାଇଁ ୪ ରାଜ୍ୟରେ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ମାଓ ସଙ୍ଗଠନର ଦାୟିତ୍ୱ ନେଇ କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେଇପାରୁନାହିଁ। ଉଦୟଙ୍କୁ ବର୍ତ୍ତମାନ ଅସ୍ଥାୟୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ମାଓନେତା ହିଡ୍‌ମା ମଧ୍ୟ ଛତିଶଗଡ଼଼ର ମାଓ ସଙ୍ଗଠନର ମଙ୍ଗ ଧରିଛନ୍ତି। ମାଲକାନଗିରି ବିଚ୍ଛିନ୍ନାଞ୍ଚଳ ପୂର୍ବରୁ ମାଓବାଦୀଙ୍କ ଗଡ଼଼ ରହିଥିଲା। ରାମକ୍ରିଷ୍ଣା ଚଲପତି, ବିକ୍ରାନ୍ତ ଭଳି ବହୁ ମାଓନେତା ଡେରା ପକାଇଥିଲେ। ସେହି ସବୁ ଅଞ୍ଚଳରେ ୧୦ଟି ବିଏସ୍‌ଏଫ୍‌ ଶିବିର ପ୍ରତିଷ୍ଠା ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଉକ୍ତ ଅଞ୍ଚଳ ମାଓମୁକ୍ତ ହୋଇପାରିଛି।

Comments are closed.