ମାଲକାନଗିରି : ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା ରେଡକ୍ରସ ସମ୍ପାଦକ ପ୍ରମୋଦ କୁମାର ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ। ରେଡକ୍ରସ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ସମସ୍ତ ଅତଥି ମାନେ ଦୃଷ୍ଟି ନିକ୍ଷେପ କରିଥିଲେ। ପରିବହନ ଅଧିକାରୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତା ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ, ଜିଲା ଅଗ୍ନି ନିର୍ବାହକ ଅଧିକାରୀ ଗୁପ୍ତ ଦାସ, ଜିଲା ପରିବହନ ଅଧିକାରୀ ପ୍ରହ୍ଲାଦ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ମାଲକାନଗିରି ଜିଲାର ବିଭିନ୍ନ ମହାବିଦ୍ୟାଳୟରୁ ୨୫ଟି ଯୁବ ରେଡକ୍ରସ ପରାମର୍ଶଦାତା ଯୋଗ ଦେଇଥିଲେ। ମାଲକାନଗିରି ଜିଲା ରେଡକ୍ରସ ସମ୍ପାଦକ ରଞ୍ଜନ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ଆୟୋଜନ ଦାୟିତ୍ୱ ନେଇଥିଲେ। ଆଗାମୀ ମାସରେ ବାଲିମେଳା ବିଜ୍ଞାନ ବୈଷୟିକ ମହାବିଦ୍ୟାଳୟରେ ଅନୁଷ୍ଠିତ କରାଯିବା ପାଇଁ ସଭାରେ ନିଷ୍ପତ୍ତି ନିଆଯାଇଛି।
Popular Categories



