www.samajalive.in
Friday, December 5, 2025
23.1 C
Bhubaneswar

ଦୁଇ ପିଲାଙ୍କୁ ବିଷ ଦେଇ ନିଜେ ପିଇଲା ମା’: କାରଣ ଅସ୍ପଷ୍ଟ

ମାଲକାନଗିରି: ଦୁଇ କୋମଳ ମତି ପୁଅ ଓ ଝିଅକୁ ବିଷ ଦେଇ ମା ମଧ୍ୟ ବିଷ ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ଗତ ୬ ଦିନ ପୂର୍ବେ ସ୍ୱାମୀ ର ସନ୍ଧେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାପରେ ମୃତ ସ୍ୱାମୀଙ୍କ ପତ୍ନୀ ନିଜ ଦୁଇ କୋମଳ ମତି ଶିଶୁଙ୍କୁ ବିଷ ଦେଇ ନିଜେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ ଘଟଣା ବର୍ତ୍ତମାନ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ।
ମାଲକାନଗିରି ସଦର ଥାନା ଅନ୍ତର୍ଗତ କଟଲିଗୁଡା ଗ୍ରାମରେ ଘଟିଛି ଏପରି ଘଟଣା । ଏହି ଘଟଣାରେ ପୁଅ ଓ ଝିଅ ସହ ମା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି ଓ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି।

ସୂଚନା ଥାଉ କି ଗତ ଏକ ସପ୍ତାହ ପୂର୍ବରୁ କଟଲିଗୁଡା ଗ୍ରାମର ମହେଶ୍ବର ସୋଡି କୌଣସି ଏକ କାରଣରୁ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏହାପରେ ତାଙ୍କ ସ୍ତ୍ରୀ ବାସନ୍ତୀ ସୋଡି ଶନିବାର ନିଜର ୨ବର୍ଷ ର ପୁଅ ଓ ପ୍ରାୟ ୧ବର୍ଷ ର ଝିଅକୁ ବିଷାକ୍ତ କନିଆରୀ ଫଳ ଦେଇ ନିଜେ ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହା ତାଙ୍କ ସମ୍ପର୍କୀୟ ଦିଲୀପ ସୋଡି ଓ ଅନ୍ୟମାନେ ଜାଣି ପାରି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି। ତେବେ ଏହି ଘଟଣା ପଛରେ କଣ ରହସ୍ୟ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ।

- Advertisement -

 

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories