www.samajalive.in
Sunday, December 14, 2025
26.1 C
Bhubaneswar

ଖରାପ ପାଣିପାଗ ଯୋଗୁଁ ଘୁଞ୍ଚିଲା ଗୁରୁପ୍ରିୟା ସେତୁର ଉଦଘାଟନ

ମାଲକାନଗିରି – ବହୁ ପ୍ରତିକ୍ଷିତ ମାଲକାନଗିରି ଜିଲ୍ଲାର ବିଚ୍ଛିନା୍ନଂଚଳକୁ ସଂଯୋଗ କରିବାକୁ ନିର୍ମାଣାଧିନ ଗୁରୁପ୍ରିୟା ସେତୁ ଉଦ୍‍ଘାଟନ ତାରିଖ ଘୁଂଚିଥିବା ନେଇ ସୂଚନା ମିଳିଛି। ଆଗାମି ୧୮ ତାରିଖ ଦିନ ସେତୁର ଲୋକାର୍ପିତ ହେବା ନେଇ ସରକାରଙ୍କ ପକ୍ଷରୁ ସମସ୍ତ ଯୋଜନା କରାଯାଉଥିବା ବେଳେ ପାଣିପାଗ ବିଭାଗ ଆଗାମି ୧୮ ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ହେବା ନେଇ ସୂଚନା ମିଳିବା ପରେ ସରକାର ଓ ପ୍ରଶାସନ ପକ୍ଷରୁ ଏଥି ନେଇ ତାରିଖ ଘୁଂଚା ଯାଇଥିବା ଜଣାପଡିଛି। ଜୁଲାଇ ୨୦ ପରେ ଏହି ସେତୁର ଉଦ୍‍ଘାଟନ ଉତ୍ସବ ହେବ ବୋଲି ଜିଲ୍ଲା ସୂଚନା ବିଭାଗ ପକ୍ଷରୁ ଭାରପ୍ରାପ୍ତ ଅଧିକାରୀ ମାନସ କୁମାର ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗୁରୁପ୍ରିୟା ସେତୁକୁ ମାଓବାଦୀ ମାନେ ବିରୋଧ କରୁଥିବା ବେଳେ ଉଦ୍‍ଘାଟନ ପୂର୍ବରୁ ଲାଲ ବାହିନି ହିଂସା କାଣ୍ଡ ଘଟାଇବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ରାଜ୍ୟ ପୋଲିସ ବିଭାଗକୁ ସୂଚନା ଦିଆଯାଇଛି। ତେଣୁ ପୋଲିସ ପ୍ରଶାସନ ପକ୍ଷରୁ ତତ୍‍ପରତା ପ୍ରକାଶ ପାଇଛି। ସେତୁ ଠାରୁ ପ୍ରାୟ ୫ କି.ମି ପର୍ଯ୍ୟନ୍ତ ଏରିଆ ଡୋମିନେଟ୍‍ ହୋଇଥିବା ବେଳେ ତଦାରଖ ଓ ସୁରକ୍ଷା ପାଇଁ ସି.ସି ଟିଭି ଖଞ୍ଜା ଯାଇଛି। ପୂର୍ବରୁ ଏହି ସେତୁ ପାଇଁ ବହୁବାର ଟେଣ୍ଡର କରାଯିବା ପରେ ମଧ୍ୟ କୌଣସି କମ୍ପାନୀ ମାଓବାଦୀଙ୍କ ଯୋଗୁଁ ଟେଣ୍ଡରରେ ଯୋଗ ଦେଇନଥିବା ବେଳେ ପରେ ଏକ କମ୍ପାନୀ କାର୍ଯ୍ୟ ଆରମ୍ଭ କରି ମାଓ ଭୟରେ କାମ ଛାଡ଼ି ଚାଲିଯାଇଥିଲା। ତେବେ ଶେଷରେ କୋଲକୋତାର ରୋୟାଲ ଇନଫ୍ରା କମ୍ପାନୀ କାର୍ଯ୍ୟ ଆରମ୍ଭ କରିଥିଲା। ଏହାପରେ ସେତୁର ଉଭୟ ପାର୍ଶ୍ବରେ ବି.ଏସ.ଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇ ସେତୁ କାର୍ଯ୍ୟ ଆରମ୍ଭ କରାଯାଇ ଗତ ମେ ମାସରେ ସେତୁ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ବି.ଏସ.ଏଫ ପକ୍ଷରୁ ପେଟ୍ରେଲିଂ ସହ କୁମ୍ବିଂ ଅପରେସନ କରାଯାଉଛି। ଆଉ କିଛି ଦିନର ଅପେକ୍ଷା ପରେ ବିଚ୍ଛିନ୍ନଂଚଳ ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକର ହେବାକୁ ଯାଉଛି। ଯାହାଫଳରେ ୧୫୧ ଟି ରାଜସ୍ୱ ଗ୍ରାମର ପ୍ରାୟ ୨୦ ହଜାରରୁ ଉର୍ଦ୍ଧ ଲୋକେ ଜଳ ବନ୍ଦିରୁ ମୁକ୍ତି ପାଇବେ। ତେଣୁ କୌଣସି ପରିସ୍ଥିତିରେ ମଧ୍ୟ ମାଓବାଦୀଙ୍କ ଦ୍ୱାରା ନ ଉଡ଼ାଇବାକୁ ଦିଆଯିବା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛି। ତେବେ ସେତୁ ଉଦ୍‍ଘାଟନକୁ ନେଇ ପଦ୍ମ ଘୁଂଚି ଘୁଂଚି ଯାଉଥିଲା ବେଳେ ବିଚ୍ଛିନ୍ନାଂଚଳ ବାସୀଙ୍କ ଉତ୍‍କଣ୍ଠା ବଢିବାରେ ଲାଗିଛି। ଅନ୍ୟପକ୍ଷରେ ଜିଲ୍ଲା କଂଗ୍ରେସ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ଗୁରୁପ୍ରିୟା ଉଦ୍‍ଘାଟନକୁ ବିରୋଧ କରାଯିବାର ଆଶଙ୍କା ରହିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories