www.samajalive.in
Saturday, December 6, 2025
19.1 C
Bhubaneswar

ମାଲକାନଗିରିରେ ୟୁରିଆ ଅଭାବ, ୭ ହଜାର ମେଟ୍ରିକ ଟନ୍‍ ମଧ୍ୟରୁ ଆସିଛି କେବଳ ୫୭୩୮.୧୯୫ ମେଟ୍ରିକ ଟନ୍‍

ମାଲକାନଗିରି : ମାଲକାନଗିରି ଜିଲାରେ ବନ୍ୟାପରିସ୍ଥିତିରେ ବିଭିନ୍ନ ଅଂଚଳର ଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର୍ତମାନ ୟୁରିଆ ସାର ଅଭାବ ଦେଖା ଦେଇଛିା ସାର ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ୟୁରିଆ ସଂଗ୍ରହ ନିମନ୍ତେ ଚାଷୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ପରିସ୍ଥିତି ଦେଖା ଦେଇଛିା ଚଳିତ ଖରିପ ଋତୁ ଧାନ ଚାଷ ନିମନ୍ତେ ୭୮୦୨୫ ହେକ୍ଟର ଲକ୍ଷ ଧାର୍ୟ୍ୟ କରା ଯାଇଥିବା ବେଳେ ସେଥିମଧ୍ୟରୁ ୭୭୫୯୭ ହେକ୍ଟର ଜମିରେ ଧାନ ଚାଷହୋଇଛି। ସେହିପରି ମକା ଚାଷ ନିମନ୍ତେ ୯୪୫୦ ହେକ୍ଟର ଜମିରେ ଚାଷ କରିବାର ଲକ୍ଷ ଧାର୍ୟ୍ୟ କରାଯାଇଥିବା ବେଳେ ୯୨୩୬ ହେକ୍ଟର ଜମିରେ ମକା ଚାଷ ହୋଇଛି। ଡାଲିଜାତୀୟ ଚାଷ ନିମନ୍ତେ ୧୦୨୫୨ ହେକ୍ଟର ଜମିରେ ଚାଷ ହେବାକୁ ଥିବା ବେଳେ ୭୨୦୬ ହେକ୍ଟର ଜମିରେ ଡାଲିଜାତୀୟ ଚାଷ ହୋଇଛିା ତୈଳବୀଜ ନିମନ୍ତେ ୧୮୦୩୮ ହେକ୍ଟର ଲକ୍ଷ ରଖା ଯାଇଥିବା ବେଳେ ୮୮୯୯ ହେକ୍ଟର ଜମିରେ ଚାଷ ହୋଇଛିା
ସେହିପରି ପନିପରିବା ଚାଷ ନିମନ୍ତେ ୧୫୪୫୨ ହେକ୍ଟର ଜମିରେ ଲକ୍ଷ ଧାର୍ୟ୍ୟ କରା ଯାଇଥିବା ବେଳେ ୧୪୬୨୫ ହେକ୍ଟର ଜମିରେ ପନିପରିବା ଚାଷ ହୋଇଛିା ଅନ୍ୟାନ୍ୟ ମିଶ୍ରିତ ଚାଷ ନିମନ୍ତେ ୧୧୮୯୩ ହେକ୍ଟର ଜମିରେ ଚାଷ ନିମନ୍ତେ ଲକ୍ଷ ରଖା ଯାଇଥିବା ବେଳେ ୯୩୪୦ ହେକ୍ଟର ଜମିରେ ଚାଷ କରାଯାଇଛିା ସମୁଦାୟ ଚାଷ ୧୪୩୧୧୦ ହେକ୍ଟର ଜମିରେ କରା ଯିବାର ଲକ୍ଷ ରଖାଯାଇଥିବା ବେଳେ ୧୨୬୯୦୩ ହେକ୍ଟର ଜମିରେ ଚଳିତବର୍ଷର ଖରିପ ଚାଷ ହୋଇଛି। ଏଥିନିମନ୍ତେ ଆବଶ୍ୟକ ପରିମାଣର ଡି.ଏ.ପି., ପୋଟାସ, ୟୁରିଆ, ଆମୋନିୟମ ସଲଫେଟ୍‍ ତଥା ବିଭିନ୍ନ ପ୍ରକାର ସାର ଆବଶ୍ୟକ ରହିଥିବା ବେଳେ ଜିଲ୍ଲାରେ ୧୪୯୫୦ ମେଟ୍ରିକ ଟନ୍‍ ସାରର ଆବଶ୍ୟକ ରହିଛିା ସେଥିମଧ୍ୟରେ ୭ ହଜାର ମେଟ୍ରିକ ଟନ୍‍ ୟୁରିଆ ସାରର ଆବଶ୍ୟକ ରହିଥିବା ବେଳେ ଏପର୍ୟ୍ୟନ୍ତ ୫୭୩୮.୧୯୫ ମେଟ୍ରିକଟନ୍‍ ସାର ରହିଛିା ଯାହାଫଳରେ ଜିଲ୍ଲାରେ ଚାଷୀଙ୍କ ଚାଷ ନିମନ୍ତେ ବର୍ତମାନ ୟୁରିଆ ଆବଶ୍ୟକ ପଡିଥିବା ବେଳେ ବର୍ତମାନ ଏହାର ଅଭାବ ଦେଖା ଦେଇଛି। ବିଶେଷ କରି ଧାନ ଚାଷର ପ୍ରଥମ ଭାଗରେ ଡି.ଏ.ପି.ଓ ଅନ୍ୟାନ୍ୟ ସାର ଆବଶ୍ୟକ ପଡିଥିବା ବେଳେ ମଧ୍ୟମ ଭାଗରେ ୟୁରିଆ ସାରର ଆବଶ୍ୟକ ପଡିଥାଏା ସେହିପରି ପନିପରିବା ଚାଷରେ ମଧ୍ୟ ଗଛର ଦୈର୍ଘ୍ୟ ବଢାଇବା ଓ ଅଧିକ ଫସଲ ଅମଳ ନିମନ୍ତେ ୟୁରିଆ ସାରର ବ୍ୟବହାର କରାଯାଇଥାଏ।
ତେବେ ଜିଲ୍ଲାର ସମସ୍ତ ଅଂଚଳରେ ଚାଷୀମାନେ ହଜାର ହଜାର ହେକ୍ଟର ଚାଷ କରି ବସିଥିବା ବେଳେ ଏହି ଚାଷ ନିମନ୍ତେ ୟୁରିଆ ସାରର ଅଭାବ ଦେଖା ଦେଇଛିା ଜିଲ୍ଲା ପ୍ରଶାସନ ତରଫରୁ ଚାଷୀଙ୍କୁ ୟୁରିଆ ନିମନ୍ତେ ଲାମ୍ପ ଜରିଆରେ ବଂଟନ ବ୍ୟବସ୍ଥା କରା ଯାଇଛିା ତେବେ ଚାଷୀଙ୍କ ଚାଷ ଅନୁପାତରେ ଆବଶ୍ୟକ ପରିମାଣରେ ୟୁରିଆ ସାର ମିଳିପାରୁ ନଥିବା ଅଭିଯୋଗ ହୋଇଛିା ଚାଷୀଙ୍କ କହିବା ଅନୁସାରେ ଦିନସାରା ଧାଡିରେ ଛିଡା ହୋଇ ମୁଣ୍ଡ ପିଛା ମାତ୍ର ଗୋଟିଏ ବସ୍ତା ୟୁରିଆ ସାର ମିଳି ପାରୁଛିା ତେବେ ଯେଉଁ ଚାଷୀ ମାନେ ଏକାଧୀକ ହେକ୍ଟର ଜମିରେ ଚାଷ କରିଛନ୍ତି ସେମାନଙ୍କ ପାଇଁ ୟୁରିଆ ସାର ମୁଣ୍ଡବ୍ୟଥାର କାରଣ ପାଲଟିଛି।
ଏହି ସମୟରେ ଯଦି କ୍ଷେତରେ ୟୁରିଆ ସାର ସିଂଚନ ନ ହୁଏ ତେବେ ଫସଲ ଆବଶ୍ୟକ ଅନୁପାତରେ ଅମଳ ହୋଇ ପାରିବ ନାହିଁ ଏବଂ ଚାଷୀ ଚଳିତ ଖରିପ ଋତୁ ଚାଷରେ କ୍ଷତିଗ୍ରସ୍ତ ହେବେ ବୋଲି ପ୍ରକାଶ କରିଛନ୍ତିା ଅଧିକାଂଶ ଚାଷୀ ବିଭିନ୍ନ ବ୍ୟାଙ୍କ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମାଲିକମାନଙ୍କ ଠାରୁ ଋଣ ଓ ଧାରକରଜ କରିଆଣି ଚାଷ କରିଛନ୍ତି। ଯଦି ଏହି ଚାଷ କ୍ଷତିଗ୍ରସ୍ତ ହୁଏ ତେବେ ପୁଣି ଚାଷୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ଏଥିରୁ ଏଡାଇ ଦିଆ ଯାଇପାରିବ ନାହିାଁ ଏ ସମ୍ପର୍କରେ କୃଷି ଉପ ନିର୍ଦେଶକ କୈଳାଶ ଚନ୍ଦ୍ର ସ୍ୱାଇଁଙ୍କୁ ପଚାରିବାରୁ ବର୍ତମାନ ଚାଷୀଙ୍କ କ୍ଷେତ ଭଲ ରହିଛି। ଏଥିରେ ୟୁରିଆ ସାରର ଆବଶ୍ୟକ ନାହିାଁ ଯାହା ସାର କମ୍‍ ରହିଛି ଶୀଘ୍ର ଏହି ସାର ର ଅଭାବକୁ ପୁରଣ କରା ଯିବ ବୋଲି ସେ ପ୍ରକାଶ କରିଛନ୍ତିା
ସୂଚନା ଯୋଗ୍ୟ  ପ୍ରତିବର୍ଷ ଚାଷୀ ଚାଷ ସମୟରେ ୟୁରିଆ ସାରର ଅଭାବ ହେବା ଅଭି ଯୋଗ କରୁଛନ୍ତି। ତେବେ ଜିଲ୍ଲାରେ ଚାଷ ଅନୁପାତରେ କାହିଁକି ଚାଷୀଙ୍କୁ ଆବଶ୍ୟକ ପରିମାଣରେ ସାର ଯୋଗାଇ ଦିଆ ଯାଉନାହିଁ ବୋଲି ସାଧାରଣରେ ଆଲୋଚନା ହୋଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories