www.samajalive.in
Monday, December 8, 2025
24.1 C
Bhubaneswar

୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଚିତ୍ରକୋଣ୍ଡା ଗ୍ରାମପଞ୍ଚାୟତର ହନୁମାନ ମନ୍ଦିର ପାଖରେ ଥିବା କଲୋନିର ସୁକୁଆବାଲା ନାମକ ବ୍ୟକ୍ତିଙ୍କ ଘର ପଛ ପାଖରୁ ଅଜଗର ସାପଟିକୁ ଉଦ୍ଧାର କରାଯାଇଛି । ସାପଟିର ଲମ୍ବ ୧୦ ଫୁଟ ଓ ଏହାର ଓଜନ ୨୫ କେଜି ହେବ ବୋଲି ଅନୁମାନ କରାଯାଇଛି। ଘର ପଛ ପାଖ ଜଙ୍ଗଲରୁ ସାପଟି ଖାଦ୍ୟ ଅନ୍ୱେଷଣରେ ଚାଲି ଆସିଥିବା ଅନୁମାନ କରାଯାଉଛି।

ସକାଳେ ପ୍ରଥମେ ସାପଟିକୁ ଘର ଲୋକେ ଦେଖି ସାହି ପଡିଶାକୁ ଡାକିଥିଲେ। ପରେ ଚିତ୍ରକୋଣ୍ଡା ଅଞ୍ଚଳରେ ସାପ ଧରୁଥିବା ମାଧବଙ୍କୁ ଖବର ଦିଆଯାଇଥିଲା। ମାଧବ ଖବରପାଇ ସଙ୍ଗେ ସଙ୍ଗେ ଆସି ସାପଟିକୁ ଧରିଥିଲେ। ଏହାପରେ ସାପଟିକୁ ଧରି ଦୂରରେ ଥିବା ଜଙ୍ଗଲରେ ଛାଡିଥିବା ଜଣାପଡିଛି ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories