ମାଲକାନଗିରି ,ଗଞ୍ଜାମ ଅଘଟଣ ; ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା

ଭୁବନେଶ୍ୱର : ମାଲକାନଗିରିରେ ଓ ଗଞ୍ଜାମ ଆର୍ଯ୍ୟପଲୀରେ ଘଟିଥିବା ଅଘଟଣରେ ଶୁକ୍ରବାର ରାଜ୍ୟ ସରକାର ସହାୟତା ରାଶି ଘୋଷଣା କରିଛନ୍ତି। ମାଲକାନଗିରିରେ କାଳବୈଶାଖୀରେ ୪ ଓ ଗଞ୍ଜାମ ଆର୍ଯ୍ୟପଲୀରେ ସମୁଦ୍ରରେ ବୁଡି ୨ ମୃତ୍ୟୁ ଘଟଣାରେ ୬ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ସରକାର। ଘଟଣାକୁ ନେଇ ଦୁଃଖପ୍ରକାଶ ସହ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି କାଳବୈଶାଖୀରେ ମାଲକାନଗିରିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଆର୍ଯ୍ୟପଲୀ ନିକଟ ସମୁଦ୍ରରେ ବୁଡିଯାଇ ୨ ଛାତ୍ରୀ ମଧ୍ୟ ପ୍ରାଣ ହରାଇଥିଲେ।

Comments are closed.