ରାଜଧାନୀରୁ ୮ ଜଣିଆ ମହିଳା ଗ୍ୟାଙ୍ଗ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଲୁଟପାତ୍‌‌ କରୁଥିଲେ ମହିଳା ଗ୍ୟାଙ୍ଗ। ଏହି ଘଟଣାରେ ୮ ଜଣ ମହିଳାଙ୍କୁ ଶୁକ୍ରବାର ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଏମାନେ ବିଭିନ୍ନ ସପିଂ ମଲ୍‌‌କୁ ଟାର୍ଗେଟ କରି ଲୁଟ୍‌‌ କରୁଥିଲେ।

ଦାମୀ ସାମଗ୍ରୀ ମଧ୍ୟ ଲୁଟ କରିଥିଲେ। ଗିରଫ ସମସ୍ତ ମହିଳା ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି।

ଗ୍ରାହକ ବେଶରେ ଯାଇ ଲୁଟ କରୁଥିବା ବେଳେ ଏମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.