www.samajalive.in
Friday, December 5, 2025
26.1 C
Bhubaneswar

ମାଲକାନଗିରି: ସମବାୟ ନିର୍ବାଚନକୁ ନେଇ ବଢୁଛି ଅସନ୍ତୋଷ, ତୃଟିପୂର୍ଣ୍ଣ ଭୋଟର ତାଲିକାକୁ ବିରୋଧ

ମାଲକାନଗିରି : ମାଲକାନଗିରି ସଦର ବ୍ଲକ ସ୍ଥିତ ସମବାୟ ସମିତିର ନିର୍ବାଚନ ଅନିୟମିତତା ମଧ୍ୟରେ ହେଉଥିବା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସୁଚନା ମୁତାବକ ଗତ କିଛିଦିନ ଧରି ମାଲକାନଗିରି ଜିଲ୍ଲାରେ ସମବାୟ ନିର୍ବାଚନର ଆଲୋଚନା ଚାଲୁଥିବା ବେଳେ ବିଭିନ୍ନ ଅଂଚଳରେ ପ୍ରାର୍ଥୀ ପତ୍ର ଦାଖଲ ଶେଷ ହେବା ସହ ମାଲକାନଗିରି ଲ୍ୟାମ୍ପରେ ଆଗାମୀ ୬ ତାରିଖ ଦିନ ହେବାକୁ ଥିବା ନିର୍ବାଚନକୁ ବିରୋଧ କରାଯାଉଛି। ଏହି ଲ୍ୟାମ୍ପ ଠାରେ ତୃଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତ ହୋଇଥିବା ଅନେକ ଲ୍ୟାମ୍ପ ସଭ୍ୟମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁସାରେ ଭୋଟର ତାଲିକା ପ୍ରସ୍ତୁତ କରିବା ପୂର୍ବରୁ ସମସ୍ତ ଅଂଚଳରେ ସୁଚନା ଦେବାର ଆବଶ୍ୟକ ରହିଛି ।  ତେବେ ସମ୍ପୃକ୍ତ ଲ୍ୟାମ୍ପ ପରିଚାଳକ କୌଣସି ଅଂଚଳରେ ସୁଚନା ନ ଦେଇ କିଛି ଲୋକଙ୍କ ସହାୟତାରେ ମନମୁଖି ଭାବେ ଏହି ନିର୍ବାଚନ ପ୍ରକ୍ରିୟା ଜାରି ରଖିଛନ୍ତି । ଏହି ଲ୍ୟାମ୍ପରେ ପ୍ରାୟ ୧୧ ହଜାରରୁ ଅଧିକ ସଭ୍ୟ ରହିଥିବା ବେଳେ ମାତ୍ର ୪୬୮ ଜଣଙ୍କ ନାମକୁ ନେଇ ଭୋଟର ତାଲିକା ପ୍ରସ୍ତୁତ କରା ଯାଇଛି।

ତେବେ ଏହି ସଭ୍ୟ କିମ୍ବା ଚାଷୀ ମାନଙ୍କୁ ଏ ସମ୍ବନ୍ଧରେ ବର୍ଷ ବର୍ଷ ଧରି କୌଣସି ସୁଚନା ଦିଆ ଯାଇ ନଥିବା ଅଭି ଯୋଗ ହୋଇଛି। ପୂର୍ବଦିନ ମାନଙ୍କରେ ମଧ୍ୟ ଏହି ଭଳି ମନମୁଖୀ ଭାବେ ଲ୍ୟାମ୍ପ ପରିଚାଳକ ମାନେ ମୁଷ୍ଟିମେୟ କେତେ ଜଣଙ୍କୁ ନେଇ ଭୋଟର ତାଲିକା ପ୍ରସ୍ତୁତ କରି ନିର୍ବାଚନ ପରିଚାଳନା କରି ଆସୁଛନ୍ତି। ବର୍ତ୍ତମାନ ମଧ୍ୟ ଉଦ୍ଦେଶ୍ୟ ମୂଳକ ବାବେ ଠିକ୍ ପୂର୍ବଭଳି ଅଳ୍ପ କିଛି ଲୋକଙ୍କୁ  ନେଇ ପୁନର୍ବାର ନିର୍ବାଚନ ପ୍ରକ୍ରିୟା ପ୍ରସ୍ତୁତି ଜାରି ରହିଛି। ଆଗାମୀ ୬ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ୨୬ ତାରିଖ ଦିନ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରାୟ ୧୧ ହଜାର ସଭ୍ୟଙ୍କ ମଧ୍ୟରୁ ମାତ୍ର ୪୬୮ ଜଣ ଗ୍ରାହକଙ୍କୁ ନେଇ ନିର୍ବାଚନ ତାଲିକା ପ୍ରସ୍ତୁତ କରିବା କେତେଦୂର ଯୁକ୍ତି ଯୁକ୍ତ ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି। ଏ ସମ୍ବନ୍ଧରେ ମାଲକାନଗିରି ଲ୍ୟାମ୍ପ ପରିଚାଳକ ଅଭିମନ୍ୟୁ ନାୟକଙ୍କୁ ପଚାରିବାରୁ ଭୋଟର ତାଲିକା ଠିକ୍ ଭାବେ କରାଯାଇଛି ।  ଯେଉଁମାନେ ମିନି ବ୍ୟାଙ୍କରେ ଜମାଖାତା ଖୋଲିଛନ୍ତି ସେମାନଙ୍କୁ ନେଇ ଭୋଟର ତାଲିକା ପ୍ରସ୍ତୁତ କରା ଯାଇଛି। ଏଥିରେ କୌଣସି ତୃଟି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।  ଅନ୍ୟ ଦିଗରେ ୧୧ ହଜାର ଚାଷୀ ଋଣ ନେବା ସମୟରେ ମିନି ବ୍ୟାଙ୍କର ସ୍ୱତନ୍ତ୍ର ଭାଗ ରହିଛି ସେ ଗୁଡିକ ଚାଷୀଙ୍କ ଋଣ ଟଙ୍କାରୁ କାଟି ରଖା ଯାଇ ମିନି ବ୍ୟାଙ୍କ ମାଲାମାଲ ହେଉଛି। ତେବେ ନିର୍ବାଚନ ସମୟରେ ସେହି ୧୧ ହଜାର ଚାଷୀ ମନଙ୍କ ମଧ୍ୟରୁ କେବଳ ୪୬୮ ଜଣଙ୍କୁ ନେଇ ଭୋଟର ତାଲିକା ପ୍ରସ୍ତୁତ କରିବା କେତେଦୂର ଯିୁକ୍ତି ଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେଣୁ  ଯଥା ଶୀଘ୍ର ଏହି ନିର୍ବାଚନକୁ ରଦ୍ଦ କରିବା ସହ ପୁନର୍ବାର ପ୍ରତ୍ୟେକ ଗ୍ରାମାଂଚଳରେ ଏହି ନିର୍ବାଚନ ବାବଦରେ ସୁଚନା ଦେଇ ଭୋଟର ତାଲିକା ପ୍ରସ୍ତୁତ କରି ନିର୍ବାଚନର ଦିନ ଧାର୍ଯ୍ୟ କରିବା ନିମନ୍ତେ ଚାଷୀ ମାନେ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories