www.samajalive.in
Monday, December 8, 2025
13.1 C
Bhubaneswar

ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮: ଯୋଗଦେବେ ୨ହଜାର ପ୍ରତିନିଧି

ଭୁବନେଶ୍ୱର : ଭୁବନେଶ୍ୱର ଠାରେ ନଭେମ୍ବର ମାସରେ ହେବାକୁ ଥିବା ମେକ୍‍ ଇନ ଓଡ଼ିଶା କନକ୍ଲେଭ-୨୦୧୮ କାର୍ଯ୍ୟକ୍ରମରେ ପ୍ରାୟ୨ହଜାର ପ୍ରତିନିଧି ଯୋଗଦେବେ। ଏଥିରେ ବିଦେଶୀ ରାଷ୍ଟ୍ରରୁ ପ୍ରାୟ ୬୦ଜଣ ଶିଳ୍ପ ପ୍ରତିନିଧି ଯୋଗଦେବାକୁ ସ୍ୱୀକୃତି ଦେଇଛନ୍ତି। ସେହିପରି ୫୦ଟି ଭାରତୀୟ ବୃହତ କମ୍ପାନୀ ଯୋଗ ଦେଇ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବେ। ଏହି କନକ୍ଲେଭର ଆୟୋଜନ ନିମନ୍ତେ ଆନୁଷଙ୍ଗିକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବେଳେ ଏହି ସୂଚନା ମିଳିଛି।
ଶୁକ୍ରବାର ଶିଳ୍ପମନ୍ତ୍ରୀ ଅନନ୍ତ ଦାସ କନକ୍ଲେଭର ପ୍ରମୁଖ ପ୍ରାୟୋଜକ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ(ଫିକି)ର ପ୍ରତିନିଧିଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତବର୍ଷ ଏହି କନକ୍ଲେଭ ମାଧ୍ୟମରେ ଯେପରି ଅଧିକ ପୁଞ୍ଜିନିବେଶ ହୋଇପାରିବ ସେଥିପାଇଁ ଉଦ୍ୟମ କରିବା ଉପରେ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ୱାରୋପ କରିଛନ୍ତି।
ଫିକିର ସେକ୍ରେଟାରୀ ଜେନେରାଲ ଦିଲୀପ ଚେନୟ ଏବଂ ଡେପୁଟି ସେକ୍ରେଟାରୀ ଜେନେରାଲ ଅରୁଣ ଚାୱଲା ଆଲୋଚନାରେ ଭାଗ ନେଇ କନକ୍ଲେଭରେ ଚୀନ, ଜାପାନ, ଜର୍ମାନ, ଇଟାଲୀ, ଦକ୍ଷିଣ କୋରିଆ ଆଦି ରାଷ୍ଟ୍ରରୁ ଶିଳ୍ପ ପ୍ରତିନିଧି ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଥିବା କହିଥିଲେ। ଚଳିତବର୍ଷ ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ରସାୟନ, ଏରୋସ୍ପେସ ଓ କ୍ରୀଡ଼ା ଆଦି କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ ଆମନ୍ତ୍ରିତ କରାଯାଇଥିବା ଶିଳ୍ପସଂସ୍ଥାର ଦୁଇ ହଜାରରୁ ଅଧିକ ପ୍ରତିନିଧି ଏଥିରେ ଅଂଶ ଗ୍ରହଣ କରିବେ।
ଏହି ପ୍ରତିନିଧିମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସୁବିଧା ସୁଯୋଗ ଦେବାରେ ଯେପରି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ ଶ୍ରୀ ଦାସ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ଉପସ୍ଥିତ ଇଡକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ସଞ୍ଜୟ ସିଂହ କନକ୍ଲେଭର ଆୟୋଜନ ସମ୍ପର୍କରେ ଅବଗତ କରିଥିଲେ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories