www.samajalive.in
Sunday, December 7, 2025
23.1 C
Bhubaneswar

ବର୍ଷ ସାରା ମିଳିବ ଶୁଭଫଳ, ମକର ସଂକ୍ରାନ୍ତିରେ କରନ୍ତୁ ଏହି କାର୍ଯ୍ୟ

ସାରା ଭାରତରେ ମକର ସଂକ୍ରାନ୍ତିକୁ ବଡ ଧୁମଧାମରେ ପାଳନ କରାଯାଏ। ପ୍ରାୟତଃ ସବୁ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ପାଳନ କରିଥାନ୍ତି। କିନ୍ତୁ ସେମାନଙ୍କର ପର୍ବ ପାଳନ କରିବାର ତରିକା ଏବଂ ନାମ ଭିନ୍ନଭିନ୍ନ ହୋଇଥାଏ। ଦକ୍ଷିଣ ଭାରତରେ ପୋଙ୍ଗଲ୍‍, ଆସାମରେ ମାଘ ବିହୁ ତଥା ଭୋଗାଲୀ ବିହୁ, କାଶ୍ମୀରରେ ଶିଶୁର୍‍ ସେଂକ୍ରାନ୍ତ, ଓଡିଶା ଓ ଅରୁଣାଞ୍ଚଳ ପ୍ରଦେଶରେ ମକର ସଂକ୍ରାନ୍ତି, ତ୍ରିପୁରାରେ ପୌଷ ସଂକ୍ରାନ୍ତି, ଗୁଜରାଟରେ ଉତ୍ତରାୟଣ, ପଞ୍ଜାବରେ ଲୋହରି ଏବଂ ହିମାଚଳ ପ୍ରଦେଶ ଓ ହରିୟାଣାରେ ମାଘି ନାମରେ ପାଳନ କରାଯାଏ। ଏହି ଦିନ ଗୁଡି ଉଡାଇବା ଓ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବା ବ୍ୟତୀତ ଆହୁରି ଅନେକ ଏଭଳି କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ବାରା ବର୍ଷ ସାରା ଆପଣଙ୍କୁ ଅନେକ ଶୁଭଫଳ ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡିକ ବିଷୟରେ…..
୧. ମକର ସଂକ୍ରନ୍ତି ଦିନ ଘରର ମୁଖ୍ୟ ଦ୍ବାର ନିକଟରେ ରଙ୍ଗୋଲି ପକାନ୍ତୁ। ଏହା ସହ ଗୋ ମାତା ଅର୍ଥାତ୍ ଗାଈକୁ ଚାରା ଖାଇବାକୁ ଦିଅନ୍ତୁ। କାରଣ ଏପରି କରିବା ଦ୍ବାରା ଆପଣଙ୍କ ପରିବାରକୁ ଅନେକ ଶୁଭଫଳ ମିଳିବା ସହ ଘରକୁ ମା’ ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ ବୋଲି ବିଶ୍ବାସ ରହିଛି ।
୨. ମକର ସଂକ୍ରାନ୍ତି ଦିନ ଘରର ପ୍ରବେଶ ଦ୍ବାରରେ ନିମ୍ବ ପତ୍ରର ମାଳା ବାନ୍ଧନ୍ତୁ। ଏହା ସହ ପ୍ରତି ୭ ଦିନରେ ଥରେ ଏହି ମାଳା ପରିବର୍ତ୍ତନ କରନ୍ତୁ।। କୁହାଯାଏ ଏପରି କରିବା ଦ୍ବାରା ପରିବାରରୁ ସମସ୍ତ ରୋଗ ବେମାରୀ ଦୂର ହୋଇଥାଏ ।
୩. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମକର ସଂକ୍ରାନ୍ତି ଦିନ ସକାଳୁ ସ୍ନାନ ସାରି ମା’ ବୃନ୍ଦାବତୀଙ୍କ ନିକଟରେ ଦୀପ ଜଳାନ୍ତୁ। ଏପରି କରିବା ଦ୍ବାରା ବହୁତ ଶୁଭ ହୋଇଥାଏ।
୪. ଏହି ଦିନ ଘର ସମ୍ମୁଖରେ ଅଳିଆ ଆବର୍ଜନା ଯେପରି ନରୁହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ।  କାରଣ ଏହା ଦ୍ବାରା ଅନେକ କ୍ଷତି ହୋଇଥାଏ ବୋଲି ଜ୍ୟୋର୍ତିବିଦ୍ ମତ ଦିଅନ୍ତି। ଏହି ଦିନ ଯଦି ଘରର ମୁଖ୍ୟ ଦ୍ବାରରେ ଆବର୍ଜନା ପଡି ରହିଛି ତେବେ ଏହାକୁ ତୁରନ୍ତ ସଫା କରନ୍ତୁ।
୫. ମକର ସଂକ୍ରାନ୍ତି ଦିନ ଯଦି କେହି ଭିକ୍ଷୁକ ଆପଣଙ୍କୁ ଭିକ୍ଷା ମାଗନ୍ତି ତେବେ ତାକୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। କାରଣ ଏପରି କରିବା ଦ୍ବାରା ଆପଣଙ୍କ ଧନହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories