www.samajalive.in
Saturday, December 6, 2025
16.1 C
Bhubaneswar

ମକର ସଂକ୍ରାନ୍ତି ଦିନ ଅବଶ୍ୟ କରନ୍ତୁ ଏହି କାର୍ଯ୍ୟ, ବର୍ଷ ସାରା ହେବ ଶୁଭ

ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିକୁ ବଡ ଧୁମଧାମରେ ପାଳନ କରାଯାଏ । ତେଣୁ ଗୁଡି ଉଡାଇବା ଓ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବା ବ୍ୟତୀତ ଆହୁରି ଅନେକ ଏଭଳି କାର୍ଯ୍ୟ ଯାହାକୁ କରିବା ଦ୍ବାରା ବର୍ଷ ସାରା ଆପଣଙ୍କ ପରିବାରକୁ ଅନେକ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡିକ ବିଷୟରେ….

୧. ମକର ସଂକ୍ରନ୍ତି ଦିନ ଘରର ମୁଖ୍ୟ ଦ୍ବାର ନିକଟରେ ରଙ୍ଗୋଲି ପକାଇବା ବହୁତ ଶୁଭ ବୋଲି କୁହାଯାଏ । ଏହା ସହ ଗୋ ମାତା ଅର୍ଥାତ୍ ଗାଈକୁ ଚାରା ଖାଇବାକୁ ଦିଅନ୍ତୁ । କାରଣ ଏପରି କରିବା ଦ୍ବାରା ପରିବାରକୁ ଅନେକ ସୁଫଳ ମିଳିବା ସହ ଘରକୁ ମା’ ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ ବୋଲି ବିଶ୍ବାସ ରହିଛି ।

- Advertisement -

୨. ମକର ସଂକ୍ରାନ୍ତି ଦିନ ଘରର ପ୍ରବେଶ ଦ୍ବାରରେ ନିମ୍ବ ପତ୍ରର ମାଳା ବାନ୍ଧିବା ଉଚିତ୍ । ଏହା ସହ ପ୍ରତି ୭ ଦିନରେ ଥରେ ଏହି ମାଳା ପରିବର୍ତ୍ତନ କରନ୍ତୁ । କୁହାଯାଏ ଏପରି କରିବା ଦ୍ବାରା ଘରୁ ସମସ୍ତ ରୋଗ ବେମାରୀ ଦୂର ହୋଇଥାଏ ।

୩. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମକର ସଂକ୍ରାନ୍ତି ଦିନ ସକାଳୁ ସ୍ନାନ ସାରିବ ଉଚିତ୍ । ପରେ ମା ବୃନ୍ଦାବତୀଙ୍କ ନିକଟରେ ଦୀପ ଜଳାନ୍ତୁ । ଏପରି କରିବା ଦ୍ବାରା ବହୁତ ଶୁଭ ହୋଇଥାଏ ।

୪. ଏହି ଦିନ ଘର ସମ୍ମୁଖରେ ଅଳିଆ ଆବର୍ଜନା ଯେପରି ନରୁହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।  କାରଣ ଏହା ଦ୍ବାରା ଅନେକ କ୍ଷତି ହୋଇଥାଏ ବୋଲି ଜ୍ୟୋର୍ତିବିଦ୍ ମତ ଦିଅନ୍ତି । ଏହି ଦିନ ଯଦି ଘରର ମୁଖ୍ୟ ଦ୍ବାରରେ ଆବର୍ଜନା ପଡି ରହିଛି ତେବେ ଏହାକୁ ତୁରନ୍ତ ସଫା କରନ୍ତୁ ।

୫. ମକର ସଂକ୍ରାନ୍ତି ଦିନ ଯଦି କେହି ଭିକ୍ଷୁକ ଆପଣଙ୍କୁ ଭିକ୍ଷା ମାଗନ୍ତି ତେବେ ତାକୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ । କାରଣ ଏପରି କରିବା ଦ୍ବାରା ଆପଣଙ୍କ ଧନହାନି ହେବ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories