ପ୍ରୟାଗରାଜ: କୁମ୍ଭମେଳା ଆରମ୍ଭ ପୂର୍ବରୁ ଅଘଟଣ ଘଟିଛି। ମେଳା ସ୍ଥଳରେ ଥିବା ଦିଗମ୍ବର ଆନି ଆଖଡ଼ାର ଏକ ତମ୍ବୁରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟିଯିବା ପରେ ଅଗ୍ନିକାଣ୍ଡ ଘଟିଥିଲା। ତମ୍ବୁ ଓ ଭିତରେ ଥିବା ଆସବାବପତ୍ର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନଥିବା ଏସ୍ପି ପୂର୍ଣ୍ଣେନ୍ଦୁ ସିଂହଙ୍କ ସୂଚନା ଦେଇଛନ୍ତି। ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ। ତମ୍ବୁ ପାଖରେ ଥିବା ଏକ କାର ନିଅାଁରେ ପୋଡ଼ି ହୋଇଯାଇଛି।
Popular Categories



