www.samajalive.in
Sunday, December 7, 2025
18.1 C
Bhubaneswar

ମକର ସଂକ୍ରାନ୍ତିରେ ଗୁଡ ଓ ରାଶି ଲଡ୍ଡୁ ଖାଇବାର ବୈଜ୍ଞାନିକ କାରଣ

ଭାରତୀୟଙ୍କ ପ୍ରତିଟି ପର୍ବରେ କିଛି ନା କିଛି ନୂଆ ବ୍ୟଞ୍ଜନ ପ୍ରସ୍ତୁତ କରିବାର ପରମ୍ପରା ରହିଛି । ସେହିପରି ମକର ସଂକ୍ରାନ୍ତିରେ ମକର ଚାଉଳ, ଖେଚୁଡି ସହ ଗୁଡ ଓ ରାଶିରେ ଲଡ୍ଡୁ ପ୍ରସ୍ତୁତ କରାଯାଏ । ତେବେ ଆସନ୍ତୁ ଜାଣିବା ମକର ସଂକ୍ରାନ୍ତି ଦିନ ଗୁଡ ଓ ରାଶି ଲଡୁ ପ୍ରସ୍ତୁତ ପଛରେ କ’ଣ ରହିଛି ବୈଜ୍ଞାନିକ କାରଣ ।

ମକର ସଂକ୍ରନ୍ତି ପୌଷ ମାସ ଶୁକ୍ଳ ପକ୍ଷରେ ପାଳନରେ କରାଯାଏ । ଏହି ସମୟରେ ଥଣ୍ଡା ପ୍ରକୋପ ଅଧିକ ରହିଥାଏ । ତେଣୁ ଏହି ସମୟରେ ଏପରି ଖାଦ୍ୟ ଖାଇବା ଉଚିତ୍ ଯାହା ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ । ରାଶିରେ ଥିବା ତେଲ ଶରୀରର ତାପମାତ୍ରାକୁ ସଠିକ ରଖିବାରେ ସାହାଯ୍ୟ କରେ । ସେହିପରି ଗୁଡ ଉଷ୍ମ ଖାଦ୍ୟ ପଦାର୍ଥ ମଧ୍ୟରୁ ଗୋଟିଏ ହୋଇ ଥିବାରୁ ଏଥିରେ ଥିବା ଆୟରନ ଓ ଭିଟାମିନ ସି ଗଳା ଓ ନିଶ୍ବାସପ୍ରଶ୍ବାସ ଜନିତ ସମସ୍ୟା ଦୂର କରେ ।

- Advertisement -

ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ ରହିଛି ଯେ, ଥଣ୍ଡା ପାଗରେ ବା ଶୀତ ଋତୁରେ ରାଶି ଓ ଗୁଡ ଶରୀର ପାଇଁ ଉତ୍ତମ । ଏହା ଶରୀରକୁ ଉଷ୍ମ ରଖିବା ସହ ରୋଗ ପ୍ରତିରୋଧକ ପ୍ରକ୍ରିୟାକୁ ସୁଦୃଢ କରିଥାଏ । ଏହି କାରଣରୁ ମକର ସଂକ୍ରାନ୍ତିରେ ରାଶି ଓ ଗୁଡରେ ବ୍ୟଞ୍ଜନ ଖିଆଯାଏ ।

ରାଶି ଓ ଗୁଡର ପ୍ରସ୍ତୁତ ଲଡୁ ଅଧିକ ଖାଇବା ଦ୍ବାରା ଶରୀରକୁ ଉଷ୍ମତା ମିଳିବା ସହ କାର୍ଯ୍ୟ କରିବା କ୍ଷମତା ବୃଦ୍ଧି ହୋଇଥାଏ । ସଂକ୍ରାନ୍ତି କିଛି ଦିନ ପୂର୍ବରୁ ଲୋକମାନେ ରାଶି ଓ ଗୁଡରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ସେଥି ମଧ୍ୟରୁ ଗଜକ, ଚିକ୍କି, ରାଶି ଲଡ୍ଡୁ ଇତ୍ୟାଦି । ଏହି ବ୍ୟଞ୍ଜନ ଗୁଡିକୁ ଅନେକ ଦିନ ପର୍ଯ୍ୟନ୍ତ ସାଇତି ରଖିହେବ ।

ମରାଠି ସମ୍ପ୍ରଦାୟର ଲୋକମାନେ ମକର ସଂକ୍ରାନ୍ତିକୁ ବହୁତ ଉତ୍ସାହର ସହ ପାଳନ କରିଥାନ୍ତି । ଘରକୁ ଆସୁଥିବା ଅତିଥୀଙ୍କୁ ରାଶି ଓ ଗୁଡରେ ପ୍ରସ୍ତୁତ ବ୍ୟଞ୍ଜନ ପରଶିଥାନ୍ତି ।

ଆଲେଖ୍ୟ: ବୈଜୟନ୍ତୀ ନାୟକ

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories