www.samajalive.in
Sunday, December 7, 2025
23.1 C
Bhubaneswar

ଏଣିକି ୧୫୩ ଟଙ୍କାରେ ୧୦୦ ଚ୍ୟାନେଲ୍‍

ନୂଆଦିଲ୍ଳୀ: ଟିଭି ଦର୍ଶକଙ୍କ ପାଇଁ ଏକ ଖୁସି ଖବର। କେବୁଲ୍‍ ଓ ଡିଟିଏଚ୍‍ ଗ୍ରାହକମାନେ ଏଣିକି ମାସକୁ ମାତ୍ର ୧୫୩.୪୦ ଟଙ୍କା ଦେଇ ଦେୟଯୁକ୍ତ କିମ୍ବା ଦେୟମୁକ୍ତ ୧୦୦ଟି ଚ୍ୟାନେଲ୍‍ ଦେଖିପାରିବେ। ସେମାନେ କେଉଁ କେଉଁ ଚ୍ୟାନେଲ୍‍ ଦେଖିବାକୁ ଚାହୁଁଛନ୍ତି ତାହା ଫେବୃଆରୀ ୧ ତାରିଖ ପୂର୍ବରୁ ସ୍ଥିର କରିବେ। ଭାରତୀୟ ଟେଲିକମ୍‍ ନିୟାମକ ପ୍ରାଧିକରଣ(ଟ୍ରାଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଉପରୋକ୍ତ ୧୦୦ଚ୍ୟାନେଲ୍‍ ମଧ୍ୟରେ ଏଚ୍‍ଡି ଚ୍ୟାନେଲ୍‍ ରହିବ କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ। କେତେକ ସମ୍ବାଦ ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ ଏହି ୧୦୦ ଚ୍ୟାନେଲ୍‍ ମଧ୍ୟରେ ଏଚ୍‍ଡି ଚ୍ୟାନେଲ୍‍ ସାମିଲ୍‍ ହୋଇପାରିବ। ତେବେ ପ୍ରତି ଏଚ୍‍ଡି ଚ୍ୟାନେଲ୍‍ ଦୁଇଟି ଅଣଏଚ୍‍ଡି ଚ୍ୟାନେଲ ସହିତ ସମାନ ହେବ। ଅର୍ଥାତ୍‍ ଯେଉଁ ଗ୍ରାହକ ଯେତୋଟି ଏଚ୍‍ଡି ଚ୍ୟାନେଲ୍‍ ଦେଖିବାକୁ ଚାହିଁବେ ତାର ଦୁଇଗୁଣା ଅଣଏଚ୍‍ଡି ଚ୍ୟାନେଲ୍‍ ସଂଖ୍ୟା ହରାଇବାକୁ ପଡ଼ିବ। ଯଦି ଜଣେ ଗ୍ରାହକ ୨ଟି ଏଚ୍‍ଡି ଚ୍ୟାନେଲ୍‍ ଦେଖିବାକୁ ଚାହିଁବେ ତେବେ ତାଙ୍କୁ ବାକି ୯୬ଟି ଅଣ ଏଚ୍‍ଡି ଚ୍ୟାନେଲ୍‍ ଦେଖିବାର ସୁଯୋଗ ମିଳିବ। ଏ କ୍ଷେତ୍ରରେ ସେବା ପ୍ରଦାନକାରୀ ସଂସ୍ଥାର ନିଷ୍ପତ୍ତି ଚୂଡ଼ାନ୍ତ ହେବ। ଟ୍ରାଇର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଗୋଟିଏ ଚ୍ୟାନେଲ୍‍ ପାଇଁ ମାସିକ ଦେୟ ୧୯ ଟଙ୍କାରୁ ଅଧିକ ହେବ ନାହିଁ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories