www.samajalive.in
Wednesday, December 10, 2025
26.1 C
Bhubaneswar

କୃଷିଋଣ ଛାଡ଼ ଦାବିରେ ୪୦କିମି ପଦଯାତ୍ରା: ଫଡନବିଶଙ୍କୁ ଭେଟିଲେ ୧୦ହଜାର କୃଷକ

ମୁମ୍ବଇ : ମହାରାଷ୍ଟ୍ରରେ କୃଷିଋଣ ଛାଡ ଦାବି ଜୋର ଧରିଛି। ଏ ନେଇ ପ୍ରାୟ ୧୦ହଜାର କୃଷକ ଦୀର୍ଘ ୪୦ କିଲୋମିଟର ପଦଯାତ୍ରା କରିବା ପରେ ଗୁରୁବାର ମୁମ୍ବଇରେ ପହଞ୍ଚିଛନ୍ତି। ସେମାନେ ବିଧାନ ଭବନଠାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ଭେଟି ନିଜର ଦାବି ଉପସ୍ଥାପନ କରିଛନ୍ତି। କୃଷି ଋଣଛାଡ ଏବଂ ଆଦିବାସୀ କୃଷକଙ୍କୁ ଜମି ଅଧିକାର ପ୍ରଦାନରେ ସଂସ୍କାର ଲାଗି ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୂରଣ ହୋଇ ନ ଥିବା ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଚେତାଇଛନ୍ତି। ଲୋକ ସଂଘର୍ଷ ମୋର୍ଚ୍ଚା ନେତୃତ୍ୱରେ ଏହି କୃଷକ ପ୍ରତିନିଧି ଦଳ ସହିତ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଥାଣେଠାରୁ ରାଜଧାନୀ ପର୍ଯ୍ୟନ୍ତ ଯାଇଥିଲେ। ଗତବର୍ଷ ଫଡନବିଶ କରିଥିବା ଘୋଷଣା ଅନୁସାରେ ଋଣଛାଡ ଯୋଜନା ଉପଯୁକ୍ତ ଭାବେ ଲାଗୁ କରିବା ତଥା ସ୍ୱାମୀନାଥନ କମିସନର ସୁପାରିସ ଅନୁସାରେ ଫସଲର ୫୦% ଅଧିକ ମୂଲ୍ୟ ପ୍ରଦାନ, ଆଦିବାସୀ କୃଷକଙ୍କୁ ଜମି ଅଧିକାର ଏବଂ କୃଷିଶ୍ରମିକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଦାବି ଉପସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ସେମାନେ ଆଜାଦ ମୈଦାନଠାରେ ବିକ୍ଷୋଭ ପ୍ରଦର୍ଶନ ସହ ସଭା କରିଥିଲେ। ଏହି କୃଷକମାନେ ବୁଧବାରଠାରୁ ଦୈନିକ ୧୩ ଘଣ୍ଟା ପଦଯାତ୍ରା କରି ଆଜାଦ ମୈଦାନଠାରେ ପହଞ୍ଚିଥିଲେ। ଦାବି ପୂରଣ ନ ହେବା ଯାଏ ସେମାନେ ମୁମ୍ବଇରେ ରହିବେ ବୋଲି ମୋର୍ଚ୍ଚାର ସାଧାରଣ ସଚିବ ପ୍ରତିଭା ସିନ୍ଦେ କହିଛନ୍ତି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories