www.samajalive.in
Saturday, December 6, 2025
26.1 C
Bhubaneswar

ମାହାଙ୍ଗା ବିଧବା ମହିଳା ଦୁଷ୍କର୍ମ ଓ ହତ୍ୟା ମାମଲା: ଭଉଣୀ ଜ୍ବାଇଁକୁ ଉଠାଇନେଲା ପୁଲିସ

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ଭେଡା ଗ୍ରାମର ବହୁଚର୍ଚ୍ଚିତ ଦୁଷ୍କର୍ମ ଓ ହତ୍ୟା ଘଟଣାର ୬ ଦିନପରେ ଭଉଣୀ ଜ୍ୱାଇଁ ତଥା ସାଲେପୁର ଥାନା ତାଳପଦା ଗ୍ରାମର ଦୈତାରୀ ସ୍ୱାଇଁଙ୍କୁ ପୁଲିସ ଉଠାଇ ନେଇଛି। ପଚରା ଉଚରା ଜାରି ରଖିଛି ପୁଲିସ। ବର୍ଷେ ପୂର୍ବେ ମୃତ ମହିଳାଙ୍କ ପରିବାର ସହ ତାଙ୍କର ବଚସା ହୋଇଥିଲା। ମହିଳାଙ୍କ ଘରକୁ ଆସିବାକୁ ପରିବାର ଲୋକ ବାରଣ କରିଥିଲେ। ପୂର୍ବ ଘଟଣାକୁ ନେଇ ମହିଳାଙ୍କୁ ହତ୍ୟା କରାଯାଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଅଧିକ ତଦନ୍ତ ପରେ ହତ୍ୟା କାଣ୍ଡ ଘଟଣାର ଗୁମର ଖୋଲିବ ବୋଲି ମାହାଙ୍ଗାରେ ଚର୍ଚ୍ଚା ହେଉଛି।

ପ୍ରକାଶ ଥାଉକି, ଭେଡା ଗ୍ରାମର ବିଧବା ମହିଳା ଜଣକ ୧୫ ତାରିଖ ସନ୍ଧ୍ୟାରେ ଘରୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଘର ପଛ ପଟ ୨ଶହ ମିଟର ଦୂର ପାଟ ନାଳୀରୁ କ୍ଷତାକ୍ତ ମୃତଦେହ ତାପର ଦିନ ଉଦ୍ଧାର ହୋଇଥିଲା। ପାରିପାର୍ଶ୍ଵିକ ଅବସ୍ଥାରୁ ତାଙ୍କୁ ଦୁଇ ତିନି ଜଣ ଦୁଷ୍କର୍ମ ପରେ ହତ୍ୟା କରି କେନାଲ ପଙ୍କରେ ଫିଙ୍ଗି ଦେଇଥିବା ମୃତ ମହିଳାଙ୍କ ପୁତ୍ର ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories