www.samajalive.in
Wednesday, December 10, 2025
18.1 C
Bhubaneswar

ମହାନଦୀ ଜଳ ବିବାଦ ମାମଲା : ‘ଫନି’ ପାଇଁ ଘୁଞ୍ଚିଲା, ଜୁଲାଇ ୧୩ରେ ହେବ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର : ମହାନଦୀ ଜଳ ସମ୍ବନ୍ଧରେ ଓଡ଼ିଶା ଓ ଛତିଗଡ଼ ଚାଲିଥିବା ବିବାଦ ମାମଲାର ଟ୍ରାଇବୁନାଲ ଶନିବାର ଶୁଣାଣି ତାରିଖକୁ ଜୁଲାଇ ୧୩ ଯାଏଁ ଘୁଞ୍ଚାଇ ଦେଇଛନ୍ତି । ସାମୁଦ୍ରିକ ଝଡ଼ ଫନି ପାଇଁ ଦୁଇ ରାଜ୍ୟ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଆପୋସ ସମାଧାନ ହୋଇପାରି ନାହିଁ। ଜୁନ୍ ମାସରେ ଓଡ଼ିଶାର ପ୍ରତିନିଧି ଦଳ ପ୍ରଥମେ ଛତିଶଗଡ଼ ଯିବେ ଓ ତା’ପରେ ଛତିଶଗଡ଼ ପ୍ରତିନିଧି ଦଳ ଓଡ଼ିଶା ଆସିବେ। ଉଭୟ ରାଜ୍ୟର ପ୍ରତିନିଧି ଦଳ ବୈଠକରେ ଏକତ୍ର ହେବା ପରେ ଅଦାଲତକୁ ରିପୋର୍ଟ ଦାଖଲ କରିବା ପରେ ମାମଲାର ଶୁଣାଣି ହେବ।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ.ଏମ ଖାନଓ୍ଵିଲକର, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଇନ୍ଦ୍ରମିତ କୌର, ପାଟଣା ହାଇକୋର୍ଟର ବିଚାରପତି ରବି ରଞ୍ଜନଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରୁଛନ୍ତି।
ଉଲ୍ଲେଖ ଯୋଗ୍ୟ, ମହାନଦୀ ଉପରମୁଣ୍ଡରେ ବହୁ ଜଳ ପ୍ରକଳ୍ପ ଛତିଶଗଡ଼ ସରକାର ନିର୍ମାଣ କରିବା ପରେ ଓଡ଼ିଶା ମହାନଦୀରୁ ଯେତିକି ଜଳ ପାଇବା କଥା ତାହା ପାଇପାରୁନାହିଁ । ଏ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ଲାଗି କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକ ନିଷ୍ଫଳ ହେବାପରେ ଜଳ ବିବାଦର ସମାଧାନ ଲାଗି ସ୍ୱତନ୍ତ୍ର ଟ୍ରାଇବୁନାଲ ଗଠନ ଦାବିରେ ଓଡ଼ିଶା ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories