www.samajalive.in
Monday, December 8, 2025
20.1 C
Bhubaneswar

ରବିବାର ରାଶିଫଳ

ମେଷ: ଆଶା କରୁଥିବା ସାହାଯ୍ୟ ମିଳିବ। ଆତ୍ମ ସଂଯମୀ ହୋଇପାରନ୍ତି। ପରର ମଙ୍ଗଳ କାମନା କଲେ ନିଜେ ଉପକୃତ ହେବେ। ଆମୋଦ-ପ୍ରମୋଦ ଓ ବିଳାସ ବ୍ୟସନରେ ଦିନଟି ଅତିବାହିତ ହେବ। ଅର୍ଥ ସଂଚୟ କରିବେ।

ବୃଷ: ପାରିବାରିକ ଶାନ୍ତି ଫେରି ପାଇବେ। ମନରେ ଥିବା ଈର୍ଷା ଭାବର ଅବସାନ ଘଟିବ। ଅପାର ଗୁଣର ଅଧିକାରୀ ହେବେ। ସୁଖ ମିଳିବ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତିି। ପ୍ରତିଯୋଗିତାର ଶ୍ରେୟ ଆପଣଙ୍କୁ ମିଳିବ।

- Advertisement -

ମିଥୁନ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ସ୍ୱାସ୍ଥ୍ୟ ପାଇଁ ବିଶ୍ରାମର ଆବଶ୍ୟକ ରହିଛି। ସୁଖ-ସମୃଦ୍ଧିପୂର୍ଣ୍ଣର ଆଶା ଫଳବତୀ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିଭିନ୍ନ ଦିଗରୁ ଧନାଗମ ହେବ। ସର୍ବାଙ୍ଗୀଣ ଉନ୍ନତି ହେବ।

କର୍କଟ: ପାରିବାରିକ ଜଞ୍ଜାଳ ବୃଦ୍ଧି ହୋଇପାରେ। ଲବ୍ଧ ପ୍ରତିଷ୍ଠା ଲାଭ କରିପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ। ନୂଆ ବନ୍ଧୁ ଜୁଟି ପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ଦାମ୍ପତ୍ୟ ସୁଖ ମିଳିବ।

ସିଂହ: ଜୁଲମରେ ପଡ଼ିଲେ ମଧ୍ୟ ଜୁଲମକାରୀ। ପ୍ରକୃତକଥା ବୁଝିପାରି କ୍ଷମା ପ୍ରାର୍ଥନା କରିବେ। ବ୍ୟୟାଧିକର ସମ୍ମୁଖୀନ ହେବେ। ସରଳ ଓ ସ୍ନେହପୂର୍ଣ୍ଣ କଥାରେ ଶତ୍ରୁକୁ ବଶ କରିପାରନ୍ତି। କୀର୍ତ୍ତିମାନ ହେବେ। ସ୍ବତ୍ତ୍ୱାଧିକାରୀ ହୋଇପାରନ୍ତି।

କନ୍ୟା: ମନ ପ୍ରଫୁଲ୍ଲ ରହିବ। ବ୍ୟବସାୟ ଲାଭଜନକ ହେବେ। କାର୍ଯ୍ୟରେ ସଫଳତା ମିଳିବ। ସରକାରୀ ଅର୍ଥ ପାଇ ସନ୍ତୁଷ୍ଟ ହେବେ। ସମ୍ମାନିତ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। କରିତ୍‍କର୍ମା ହେବା ଆଶାକରାଯାଏ।

ତୁଳା: ମାନସିକ ସ୍ତରରେ ସଚେତନତା ଜାଗ୍ରତ ହୋଇପାରେ। ସରକାରୀ ସ୍ତରରୁ ଆୟ ଆସିବ। ସମ୍ମାନିତ ହେବେ। ଗୃହ ପରିବେଶ ଉତ୍ତମମାନର ହେବ। ବହୁବିଧ ଧନର ଅଧିକାରୀ ହୋଇପାରନ୍ତି। ଉତ୍ତମଗୁଣ ଓ ସହନଶୀଳ ହେବେ।

ବିଛା: ଗଣ୍ଡଗୋଳିଆ ପରିସ୍ଥିତିରୁ ଲାଭ ଉଠାଇପାରନ୍ତି।ା ମନରେ ସର୍ବଦା ଭକ୍ତି ଭାବନା ରହିବ। ସଦ୍‍ଗୁଣର ବିକାଶ ଘଟିବ। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। କାର୍ଯ୍ୟ ମଙ୍ଗଳମୟ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ଧନୁ: ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି। ପ୍ରଥମେ ମନରେ ନୈରାଶ୍ୟଭାବ ଜାତ ହେଉଥିବା ବେଳେ ଅପରାହ୍ଣରୁ ଅବସ୍ଥାର ସୁଧାର ଆସିବ। ସ୍ୱାଭିମାନୀ ହେବେ। ବନ୍ଧୁ ବର୍ଗଙ୍କ ସହାୟତା ପାଇ ଖୁସି ହେବେ। ମନସ୍କାମନା ପୂରଣ ହୋଇପାରେ। ଧୈର୍ଯ୍ୟବାନ୍‍ ହେବେ।

ମକର: ପରିବେଶରେ ପରିବର୍ତ୍ତନ ଦେଖା ଦେଇପାରେ। ମନରେ ଉଦ୍‍ବେଗ ଜାତ ହୋଇପାରେ। ଅର୍ଥ ଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବନ୍ଧୁ ମେଳରେ ସମୟ ବିତାଇ ସମସ୍ତ ଦୁଃଖ, କଷ୍ଟ ଦୂର କରିପାରନ୍ତି।

କୁମ୍ଭ: ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ବନ୍ଧୁ ମିଳନର ସୁଯୋଗ ସୃଷ୍ଟି ହୋଇଛି। ମନସ୍କାମନା ପୂରଣ ହେବ। ସାଧନାରେ ସିଦ୍ଧି ଲାଭ କରିବେ। ବହୁ ଶୁଭଫଳ ପ୍ରାପ୍ତିର ଆଶାକରାଯାଏ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଶତ୍ରୁ ଦମନ କରିପାରନ୍ତି।

ମୀନ: ଚାକିରି କ୍ଷେତ୍ରରେ ପ୍ରତାରିତ ହୋଇପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ସମ୍ମାନିତ ହୋଇପାରନ୍ତି। ହଠାତ୍‍ କିଛି ଅର୍ଥ ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। କାର୍ଯ୍ୟର ସଫଳ ରୂପାୟନ କରି କୃତକୃତ୍ୟ ହୋଇପାରନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories