ନୂଆଦଲ୍ଲୀ ..- ଗୁରୁବାର ସନ୍ଧ୍ୟା ସମୟରେ ବିରୋଧି କଂଗ୍ରେସ ସହ ଅନ୍ୟ ବିରୋଧି ଦଳମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କଡା ଜବାବ ଦେଇଛନ୍ତି । ବଜେଟ ଅଧିବେଶନର ଶେଷ ଦିନରେ ସେ ବିରୋଧିଦଳମାନଙ୍କର ମହାଗଠବନ୍ଧନକୁ ମହା ମିଲାବଟ୍’ର ଆଖ୍ୟା ଦେଇଛନ୍ତି । ଏହି ଗଠନବନ୍ଧନ ଦେଶର ହିତ ପାଇଁ ନୁହେଁ ସେ ପ୍ରକାଶ କରିଛନ୍ତି ।
ତାଙ୍କର ସରକାର ଏପରି ଆଇନ ତିଆରି କରିଛନ୍ତି , ଦେଶରୁ ଟଙ୍କା ଲୁଟି ଫେରାର ହୋଇଯାଇଥିବା ପଳାତକମାନଙ୍କୁ ଦେଶକୁ ଫେରିବାକୁ ପଡିବ । ଯେଉଁମାନେ ଦେଶର ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ସେମାନେ କାନ୍ଦୁଛନ୍ତି ବୋଲି ମୋଦୀ ପ୍ରକାଶ କରିଛନ୍ତି ।
ସେ ବିଜୟମାଲ୍ୟାଙ୍କ ନାମ ନ ନେଇ କହିଛନ୍ତି । ଯେଉଁ ଲୋକ ଦେଶରୁ ୯ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଥିଲା ସେ ଟ୍ୱିଟ କରି ୧୩ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା କଥା କହୁଛି । ସେ ଶୋଇ କରି ଉଠିବା ବେଳେ ତାହାର ସମ୍ପତ୍ତି ଜବତ ହୋଇଯାଇଥିବା କଥା କହୁଛି । ଏପରି ଶକ୍ତ ଆଇନ ପ୍ରଣୟନ କାରାଯାଇଛି କି ବ୍ୟାଙ୍କର ଟଙ୍କା ଲୁଟି ନେଇଯାଇଥିବା ଲୋକ ଦେଶକୁ ଫେରିବେ ।
ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସର ୫୫ ବର୍ଷର ଶାସନକୁ ବିଜେପିର ୫୫ ମାସର ସରକାର ସହ ତୁଳନା କରିଥିଲେ । ଏହି ୫୫ ମାସରେ ୧କୋଟି୩୦ ୨୫ ଲକ୍ଷ ନୂଆ ଘର ତିଆରି ହୋଇଥିବା,ଏକ ଲକ୍ଷ ୧୬ ହଜାର ଗାଁରେ ଅପଟିକାଲ ଫାଇବର ଇଣ୍ଟରନେଟ ସଂଯୋଗ ଦିଆଯାଇଥିବା, ବିଦ୍ୟୁତ ସଂଯୋଗ ଦିଆଯାଇଥିବା କଥା ପ୍ରକାଶ କରିଛନ୍ତି ।



